www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ବନ୍ଦ – ଏସଡିଏମଙ୍କୁ ପିଟିଲେ ପୁଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ

ଡେସ୍କ: ଭାରତ ବନ୍ଦ ସମୟରେ ସମର୍ଥକଙ୍କ ଉପରେ ଆଜି (ବୁଧବାର) ପୁଲିସ ଲାଠି ମାଡ କରୁଥିଲା ବେଳେ ଭୁଲ ବଶତଃ ପାଟଣା ଏସ୍ ଡିଏମ୍ ଶ୍ରୀକାନ୍ତ କୁଣ୍ଡଲିକ ଖାଣ୍ଡେକରଙ୍କ ଉପରେ ମଧ୍ୟ ଲାଠିଚାର୍ଜ ହୋଇଥିବା ଜଣାପଡିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ଏଭଳି ଘଟିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ସିଭିଲ ଡ୍ରେସ ପିନ୍ଧିଥିବା ଖଣ୍ଡେକରଙ୍କୁ ପୁଲିସ କର୍ମଚାରୀ ବାଡ଼ିରେ ମାଡ଼ ମାରୁଛନ୍ତି। ଏସଡିଏମ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଦୋଷୀ ପୋଲିସ କର୍ମଚାରୀଙ୍କୁ ତାଙ୍କ ସହକର୍ମୀମାନେ ନେଇ ଯାଇ ଭୁଲ ବିଷୟରେ କହୁଛନ୍ତି। ପୁଲିସ କର୍ମଚାରୀ ଏସଡିଏମଙ୍କ ଆଡ଼କୁ ଇଶାରା କରୁଥିବା ବେଳେ ସମ୍ପୃକ୍ତ ପୁଲିସ ଜଣଙ୍କ ଭୁଲ ପାଇଁ କ୍ଷମା ମାଗିଥିବା ଜଣାପଡିଛି। ଏହାପରେ ଦୁହେଁ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।

- Advertisement -


ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର ରାଜଧାନୀର ବ୍ୟସ୍ତବହୁଳ ଡାକ ବଙ୍ଗଳା ଛକରେ। ଜେପି ଗୋଲାମ୍ବର ଛକରେ ବ୍ୟାରିକେଡ୍ ଭାଙ୍ଗି ଆନ୍ଦୋଳନକାରୀମାନେ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାବାହିନୀ ଲାଠିଚାର୍ଜ କରିଥିଲେ। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପାଣି କାନନ ମଧ୍ୟ ବ୍ୟବହାର କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories