www.samajalive.in
Tuesday, December 9, 2025
16.1 C
Bhubaneswar

ନୂତନ ବିଜ୍ଞାନ ଓ ଜ୍ଞାନକୌଶଳ ଦ୍ବାରା ଉଦ୍ୟାନ କୃଷିରେ ଆୟ ବହୁଗୁଣ ହୋଇପାରିବ: ପୂର୍ବତନ କେନ୍ଦ୍ର କୃଷି ସଚିବ

ଭୁବନେଶ୍ବର: ଦେଶର ଅନେକ ପ୍ରତିଷ୍ଠାନ ସମୟପୋଯୋଗୀ ବିଜ୍ଞାନ ଓ ଜ୍ଞାନକୌଶଳ ବିକାଶ କରିଛନ୍ତି। ସେହି ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ଚାଷୀର ଆୟ ବହୁଗୁଣ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର କୃଷି ସଚିବ ଡକ୍ଟର ଶୋଭନ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବୁଧବାର କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱରଠାରେ ଆୟୋଜିତ ଡିବିଟି କିଶାନ୍ ସହଯୋଗରେ ତିନିଦିନିଆ ଉଦ୍ୟାନ କୃଷିରେ ଆୟ ବୃଦ୍ଧିର କୌଶଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଶ୍ରୀ ପଟ୍ଟନାୟକ। କୋରାପୁଟ ଓ ନବରଙ୍ଗପୁରରେ ରହିଥିବା ଜଳବାୟୁ ଓ ମୃତ୍ତିକା ଉଦ୍ୟାନକୃଷି ପାଇଁ ଭରପୁର ସୁଯୋଗ ରହିଛି, ତେଣୁ ଚାଷୀମାନେ ଦେଶର ବିଭିନ୍ନ ଅନୁଷ୍ଠାନରେ ରହିଥିବା ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ନିଶ୍ଚିତଭାବେ ଆଗାମୀ ଦିନରେ ଚାଷୀମାନଙ୍କ ଆୟ ବହୁଗୁଣ ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ବିଶେଷ କରି ଚାରା ପ୍ରସ୍ତୁତ, ମଞ୍ଜି ଉତ୍ପାଦନ ଭଳି ଅନେକ ବିଜ୍ଞାନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

- Advertisement -

କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ଡକ୍ଟର ଗୋବିନ୍ଦ ଆଚାର୍ଯ୍ୟ କୋରାପୁଟ ଓ ନବରଙ୍ଗପୁରରେ ନିଆ ଯାଇଥିବା ଅନେକ ମଡେଲ ସମ୍ପର୍କରେ କହିଥିଲେ। ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଡିବିଟି କିଶାନ କାର୍ଯ୍ୟକ୍ରମ ଦ୍ବାରା ଅନେକ ଚାଷୀମାନଙ୍କୁ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରୟାସ କରାଯାଉଛି ବୋଲି କହିଥିଲେ। କୋରାପୁଟ ଓ ନବରଙ୍ଗପୁରର ଉଦ୍ୟାନ କୃଷି ଚାଷୀମାନଙ୍କ ଆୟର ସ୍ଥିତି ସମ୍ପର୍କରେ ପୂର୍ବତନ କୃଷି ସଚିବ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories