www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ ଖନନ ବେଳେ ଜେସିବି ଜବତ: ଖଣି ବିଭାଗର ନିଷ୍କ୍ରିୟତା ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଆଠଗଡ଼: ଆଠଗଡ଼ ବନବିଭାଗ ପକ୍ଷରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଗ୍ରାଭେଲସ୍(କୁଆପଥର) ଖନନ ବେଳେ ଗୋଟିଏ ଜେସିବି ମେସିନ ଜବତ କରାଯାଇଥିବା ଜଣାପଡିଛି। ଆଠଗଡ ବନାଞ୍ଚଳ ଅନ୍ତର୍ଗତ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବରେ ଗ୍ରାଭେଲସ ଚୋରା ଚାଲାଣ ହେଉଥିବା ଡିଏଫଓ ଏବଂ ରେଞ୍ଜରଙ୍କୁ ସୂଚନା ମିଳିଥିଲା। ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜରଙ୍କ ନେତୃତ୍ବରେ ବନବିଭାଗ ସ୍କ୍ୱାଡ୍ ଘଟଣାସ୍ଥଳରୁ ଗୋଟିଏ ଜେସିବି ଜବତ କରିଥିବାବେଳେ ଚାଳକ ଚଢାଉ ପୂର୍ବରୁ ଫେରାର ହୋଇଯାଇଥିଲା। ଜେସିବି ମେସିନଟିକୁ ଜବତ କରାଯାଇ ଆଠଗଡ ଅଣାଯାଇଥିବା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଡାକ୍ତର ପତି ପ୍ରକାଶ କରିଛନ୍ତି। ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ ସଦର ବନପାଳ ସବିତା ରାଉତ, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଜେସିବି କାହାର ଜଣାପଡି ନ ଥିଲାବେଳେ କଟକ ଆରଟିଓଙ୍କୁ ତାର ନମ୍ବର ପଠାଯାଇଛି ଏବଂ ଗାଡ଼ି ମାଲିକଙ୍କ ନାମ ଜଣାପଡିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଚଳିତ ମାସ ୭ ତାରିଖ ରାତିରେ ଆଠଗଡ ତହସିଲ ଅନ୍ତର୍ଗତ ବୌଦା ଗ୍ରାମ ନିକଟରୁ ବେଆଇନ ଭାବରେ ମୋରମ ଖଦାନରୁ ମୋରମ ଚାଲାଣ ହେଉଥିବା ଖବର ପାଇ ପ୍ରଥମେ ବନବିଭାଗ ଓ ରାଜସ୍ୱ ବିଭାଗ, ଖଣି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୨ଟି ଜେସିବି, ୯ ହାଇଓ୍ବା ମୋରମ ଖାଦାନ ନିକଟରେ ଥିବା ଦେଖିଥିଲେ। କିନ୍ତୁ ପ୍ରବଳ ବର୍ଷା ସାଙ୍ଗକୁ ଗାଡିଗୁଡିକର ଜିପିଏସ ସ୍ୱିଚ୍ ଅଫ୍ କରି ଚାଳକମାନେ ଫେରାର ହୋଇଯାଇଥିବାରୁ ସେଗୁଡିକୁ ଜବତ କରାଯାଇ ପାରିନଥିଲା। ଖଣି ବିଭାଗ ଏ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ କି ଉଦ୍ଦେଶ୍ୟ ରହିଛି ତାହା ବୁଝା ପଡୁନି। ରାଜ୍ୟ ସରକାର ଗତ ପ୍ରାୟ ବର୍ଷେରୁ ଅଧିକ ଦିନ ହେଲାଣି ଖଣି ବିଭାଗକୁ ଲଘୁ ଖଣିଜ ସାମଗ୍ରୀ ଚୋରା କାରବାର ନିୟନ୍ତ୍ରଣ ଦାୟିତ୍ବ ପ୍ରଦାନ କରିଥିଲେ ମଧ୍ୟ ଖଣି ବିଭାଗ ଠିକ୍ ଭାବେ ସେମାନଙ୍କ ଦାୟିତ୍ବ ନିର୍ବାହ କରୁନାହାନ୍ତି। ଏଠାରେ ଖଣି ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ କି କୌଣସି ବିଭାଗୀୟ ଅଧିକାରୀ ଏଠାରେ ଯାଞ୍ଚ ପାଇଁ ଆସୁନାହାନ୍ତି। ତେଣୁ ବର୍ତ୍ତମାନ ଆଠଗଡରେ ଲଘୁଖଣିଜ ସଂପଦ ବ୍ୟାପକ ଲୁଟ୍ ହେଉଥିବା ବେଳେ ଖଣି ବିଭାଗର ନିଷ୍କ୍ରିୟତା ମାଫିଆଙ୍କ ପାଇଁ ପୁଷ ମାସ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories