www.samajalive.in
Sunday, December 7, 2025
16.1 C
Bhubaneswar

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ, ୫ ଗିରଫ

ସମ୍ବଲପୁର: ସ୍ଥାନୀୟ ଅଇଁଠାପାଲି ପୁଲିସ ଗତ ଜୁନ ମାସରେ ହୋଇଥିବା ଏକ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶ ଅମେଠି ଜିଲା ପିପାରପୁର ଥାନା ଅନ୍ତର୍ଗତ ମଣ୍ଡା ଗୋପାଲପୁର ନିବାସୀ ଫିରୋଜ ଅଲ୍ଲୀ (୩୨), ନୂଆପଡା, ମାଝୀପାଲି ନିବାସୀ ଆକାଶ ଦୀପ (୨୦), ଜନ୍ମୟ ସୁନା (୨୨), ଏନ.ଗୁହା ଲେନ ନିବାସୀ ଅବିନାଶ ମିଶ୍ର (୨୩) ଓ ବଲାଙ୍ଗୀର ଜିଲାର ମୂଳ ନିବାସୀ ତଥା ଏବେ ଶାନ୍ତି ନଗରରେ ରହୁଥିବା ଚିତ୍ର ସୁନା (୨୭)

ସୂଚନା ଅନୁଯାୟୀ, କ୍ଷେତରାଜପୁର ନିବାସୀ ସଚିନ କୁମାର ଅଗ୍ରୱାଲଙ୍କ ଏକ ଆଲୁମିନିୟମ ନିର୍ମାଣ ୟୁନିଟ ରହିଥିଲା । କିନ୍ତୁ କୌଣସି କାରଣରୁ ସେ ଉକ୍ତ ୟୁନିଟକୁ ବନ୍ଦ କରି ଦେଇଥିବା ବେଳେ ବିଭିନ୍ନ ଯନ୍ତ୍ରପାତିଗୁଡିକୁ ଅଇଁଠାପାଲି ଛକସ୍ଥିତ ଏକ ଗୋଦାମ ଘରେ ରଖିଥିଲେ। ଗତ ଜୁନ ୧୮ ତାରିଖ ରାତ୍ରିରେ ଯନ୍ତ୍ରପାତି ଚୋରି ହୋଇଥିବା ନେଇ ସେ ୧୯ ତାରିଖରେ ଜାଣିବାକୁ ପାଇଥିଲେ। ଉକ୍ତ ଗୋଦାମରୁ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କାର ଯନ୍ତ୍ରପାତି ଚୋରି ହୋଇଥିବା ସେ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୨ ମାସ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଅଟୋ, ଗୋଟିଏ ସ୍କୁଟି, ୩ଟି ଲୁହା ଫ୍ରେମ, ଆଲୁମିନିୟମ ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories