ବାସୁଦେବପୁର: ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଭଦ୍ରକ ବାସୁଦେବପୁରରେ ହିନ୍ଦୁମାନେ ସକ୍ରିୟ ହୋଇଛନ୍ତି। ବିଶ୍ବହିନ୍ଦୁ ପରିଷଦ ବାସୁଦେବପୁର ଶାଖା ପକ୍ଷରୁ ଜନ ଆକ୍ରୋଶ ଶୋଭାଯାତ୍ରା ଜରିଆରେ ଏହି ଘଟଣାକୁ ନିନ୍ଦା କରାଯାଇଛି। ଏ ନେଇ ଟାଉନ ହଲଠାରୁ ବିଶ୍ୱାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବାଂଲାଦେଶରେ ହିନ୍ଦୁ ହତ୍ୟା ଚଳିବ ନାହିଁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଆମର ଦାବି, ବାଂଲାଦେଶୀ ହଟାଅ, ଭାରତ ବଞ୍ଚାଅ ଆଦି ସ୍ଲୋଗାନ ଦିଆଯାଇଥିଲା। ଥାନା ଛକରେ ପଥ ପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏସଡିପିଓ, ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା।
Popular Categories



