www.samajalive.in
Saturday, December 6, 2025
16.1 C
Bhubaneswar

ବଜ୍ରକାପ୍ତା ସହ କାର ଜବତ ; ଓଡ୍ରାଫ କର୍ମଚାରୀ ସହ ୩ ଗିରଫ

ନନ୍ଦପୁର: କୋରାପୁଟ ଜିଲାରେ ପୁଲିସ ପରେ ଏବେ ଓଡ୍ରାଫ କର୍ମଚାରୀ ଚର୍ଚ୍ଚାରେ। ରାଜ୍ୟ ଏସଟିଏଫ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋ କାର ଜବତ ହୋଇଛି। ଏହି ମାମଲାରେ ୩ ଗିରଫ ହୋଇଛନ୍ତି। ସେମାନେ ହେଲେ ସଦା ଦିସାରି, ମୋଜେଶ ଖରା ଓ ଲାଣ୍ଡୁ ତାଡିଙ୍ଗ, ସେମାନଙ୍କ ମଧ୍ୟରୁ ଜଣେ ଓଡ୍ରାଫ କର୍ମଚାରୀ ଥିବାରୁ କୋରାପୁଟ ଜିଲା ପୁନଃ ଚର୍ଚ୍ଚାକୁ ଆସିଛି। ସଦା ଦିସାରି ପୁକାଲି ଅଞ୍ଚଳର ବାସିନ୍ଦା। ବଜ୍ରକାପ୍ତାଟି ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା। ଯାହାକୁ ବର୍ତ୍ତମାନ କୋରାପୁଟ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଛି। ଚିକିତ୍ସା ପରେ ବଜ୍ରକାପ୍ତା ସୁସ୍ଥ ଥିବା ସେମିଳିଗୁଡା ରେଞ୍ଜର ଟି ପଣ୍ଡା ସୂଚନା ଦେଇଛନ୍ତି। ନିର୍ଦ୍ଦେଶ ମିଳିଲେ ନନ୍ଦନକାନନ ନେଇ ଛଡ଼ା ଯିବ। ତିନି ଗିରଫଙ୍କୁ ଅଦାଲତ ଚାଲାଣ କରାଯାଇଥିବା ସେ କହିଛନ୍ତି।

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories