ଭୁବନେଶ୍ଵର: ବିଶିଷ୍ଟ ନାଟ୍ୟ ଅଭିନେତା ଓ ନିର୍ଦେଶକ ତଥା ଚଳଚ୍ଚିତ୍ର ଅଭିନେତା ତାପସ କୁମାର ବୋଷଙ୍କର ପରଲୋକ ଘଟଛି। ଶୁକ୍ରବାର ବେଙ୍ଗାଲୁରୁରେ ୭୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ବର୍ଷିୟାନ୍ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷଙ୍କର ସେ ଥିଲେ ସାନ ଭାଇ। ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ରରେ ବହୁ ବର୍ଷ କାର୍ଯ୍ୟ କରି ସହକାରୀ ନିର୍ଦେଶକ ଭାବେ ଅବସର ନେଇଥିଲେ ତାପସ ବୋଷ।



