www.samajalive.in
Saturday, December 6, 2025
26.1 C
Bhubaneswar

ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଖଣିଜ ରୟାଲଟି ଆଦାୟ କରିପାରିବେ ରାଜ୍ୟ, ବକେୟା ଫେରସ୍ତ କରିବେ କେନ୍ଦ୍ର ଓ ଖଣି କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ଖଣିଜ ରୟାଲଟି ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଖଣି କମ୍ପାନୀଗୁଡ଼ିକଠାରୁ ରାଜ୍ୟ ସରକାର ଏଣିକି ରୟାଲଟି ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ପୂର୍ବରୁ ଯେଉଁ ରୟାଲଟି କେନ୍ଦ୍ର ସରକାର ନେଇଯାଇଛନ୍ତି, ସେସବୁ ରାଜ୍ୟଗୁଡ଼ିକୁ ଫେରସ୍ତ କରାଯିବ। ୨୦୦୫ ମସିହା ଏପ୍ରିଲ ୧ ତାରିଖରୁ ବକେୟା ରୟାଲଟି ଆଦାୟ କରିପାରିବ ରାଜ୍ୟ। ତେବେ ବକେୟା ରାଶି ଉପରେ ରାଜ୍ୟ ସରକାର ଜରିମାନା(ପେନାଲଟି) କିମ୍ବା ସୁଧ ଲାଗୁ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ନିଜ ଶୁଣାଣିରେ ଅନୁରୂପ ରାୟ ଦେଇ ଖଣିଜ ରୟାଲଟି ସଂଗ୍ରହରେ ରାଜ୍ୟଗୁଡ଼ିକର କ୍ଷମତା ରହିଛି ବୋଲି କହିଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗର ଶୁଣାଣି କରି କହିଛନ୍ତି ଯେ, ଖଣିଜ ଅଞ୍ଚଳରେ ରୟାଲଟି ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରମାନଙ୍କର ଉଭୟ ସାମର୍ଥ୍ୟ ଏବଂ କ୍ଷମତା ରହିଛି। ଉତ୍ତୋଳିତ ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ରୟାଲଟିକୁ ଟିକସ ଭାବେ ଗ୍ରହଣ କରାଯିବ ନାହିଁ।

- Advertisement -

ଗତ ୨୫ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଉପରେ ପୁନର୍ବିଚାର ଲାଗି କେନ୍ଦ୍ର ସରକାର କରିଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଅତୀତର ବକେୟା ଆଦାୟରେ ସୁପ୍ରିମକୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଏକକାଳୀନ ବକେୟା ଆଦାୟ ନ କରି ଆଗାମୀ ୧୨ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଏହାକୁ ଆଦାୟ କରିବେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories