www.samajalive.in
Monday, December 8, 2025
14.1 C
Bhubaneswar

ଦାରିଙ୍ଗବାଡିରେ ଚେରୀ ବ୍ଲସମ ଚାରା ରୋପଣ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଫୁଲବାଣୀ/ଦାରିଙ୍ଗବାଡ଼ି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିଠାରେ ପ୍ରଥମ ଥର ଲାଗି ଚେରୀ ବ୍ଲସମ ଚାରା ରୋପଣ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଏହି ଚାରା ରୋପଣ କରିଛନ୍ତି । ଏ ନେଇ ଗତ ଜୁଲାଇ ୫ ତାରିଖରେ ଭୁବନେଶ୍ଵରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପ୍ରଥମ ଥର ଲାଗି ଦାରିଙ୍ଗବାଡିଠାରେ ଚେରୀ କ୍ଲସମ ଚାରା ରୋପଣ କରାଯିବ ବୋଲି ଘୋଷଣା କରିଥିଲେ।

ବର୍ଷ ତମାମ ଦାରିଙ୍ଗବାଡିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀର ପ୍ରକୃତିକୁ ଅଧିକରୁ ଅଧିକ  ଆକର୍ଷଣ କରିବା ତଥା ମନଲୋଭା ଭାବେ ଗଢି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ବନ ବିଭାଗ ତରଫରୁ ମେଘାଳୟ ରାଜ୍ୟର ସିଲଂରୁ ଏକ ହଜାର ଚେରୀ ବ୍ଲସମ ଚାରା ଦାରିଙ୍ଗବାଡ଼ିକୁ ବନ ବିଭାଗ ପକ୍ଷରୁ ଅଣାଯାଇଥିବା ବେଳେ ଆଜି ବିଭାଗୀୟ ମନ୍ତ୍ରୀ ବନ ବିଭାଗ ପ୍ରକୃତି କୁଟୀର ପରିସରରେ ଚାରା ରୋପଣର ଶୁଭାରମ୍ଭ କରିଛନ୍ତି। ଏଭଳି ଭାବେ ଦାରିଙ୍ଗବାଡିର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ହିଲଭିୟୁ ପାର୍କ, ଇକୋ ରିଟ୍ରିଟ, ପ୍ରକୃତି ଉଦ୍ୟାନ ଆଦି ସ୍ଥାନରେ ଚେରୀ ବ୍ଲସମ ଲଗାଯିବାକୁ ସ୍ଥିର ହୋଇଛି ।

- Advertisement -

କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରସିସିଏଫ ସଞ୍ଜୟ ସ୍ୱାଇଁ, ବାଲିଗୁଡ଼ା ଡିଏଫଓ ବିଶ୍ୱରାଜ ପଣ୍ଡା, ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲ, ଏସିଏଫ ତଥା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ  କୁମାର ଧାରୁଆ, ବ୍ରାହ୍ମଣୀଗାଁ ରେଞ୍ଜର ହରିହର ବେହେରା, ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ବନପାଳ ସନ୍ତୋଷ କୁମାର ସେନାପତି, ସିମନବାଡ଼ି ବନପାଳ ରବି ମୋହନ ନାୟକ, ବାଲିଗୁଡା କେନ୍ଦୁପତ୍ର ରେଞ୍ଜର ମାଧବ ଚନ୍ଦ୍ର ବେହେରା, ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, କନ୍ଧମାଳ ବିଜେପି ସଭାପତି ଜଗନ୍ନାଥ ସାହୁ, ଆଇନଜୀବୀ ଅନିଲ ଦାସ, ସହକାରୀ ଯନ୍ତ୍ରୀ ନବଜ୍ୟୋତି ବେଙ୍ଗରା ପ୍ରମୁଖ ଉପସ୍ଥିତ ରହିଥିଲେ।  ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁରକ୍ଷାକୁ କଡାକଡି କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories