ବାଂଲାଦେଶୀ କହି ଓଡ଼ିଶାରୁ ଫେରିବାଲାଙ୍କୁ ତଡ଼ିବା ଘଟଣା, ୨ଶହରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଅଟକ
ନୀଳଗିରି: ବାଂଲାଦେଶ ହିଂସା ସମ୍ପ୍ରତି ସହରଠାରୁ ଆରମ୍ଭ କରି ଗାଁଗହଳି ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି । ତେବେ ଫେରିବାଲାଙ୍କୁ ବାଂଲାଦେଶୀ କହି ତଡ଼ି ଦିଆଯିବା ଘଟଣାରେ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ନୀଳଗିରିରୁ ୫୦ରୁ ଊର୍ଦ୍ଧ୍ୱ ଏବଂ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ବଙ୍ଗୀୟ ଫେରିବାଲା ଅଟକ ଥିବା ସୂଚନା ମିଳିଛି ।
ନୀଳଗିରିର ମିତ୍ରପୁର ଅଞ୍ଚଳରୁ ୩ଟି ବୋଲେରୋ ଏବଂ ଅନ୍ୟ ଗାଡ଼ିରେ ୫୦ଜଣ ଫେରିବାଲା ପଶ୍ଚିମମେଦିନାପୁର କେଶପୁର ନିକଟ ଖଡ଼ିକା ଅଞ୍ଚଳକୁ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ରୋଗ ଦେଖାଇବାକୁ ଯାଇଥିଲେ । ସେଠାରେ ସେମାନେ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ସମସ୍ତଙ୍କୁ ଅଟକ ରଖିଛନ୍ତି । ଏହି ଘଟଣା ଶୁଣିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ହସ୍ତକ୍ଷେପ କରିଥିଲେ। ଘଟଣାସ୍ଥଳରେ ବଙ୍ଗୀୟ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର ପରେ ଏକ ସ୍ଥାନରେ ରଖିଥିବା ସୂଚନା ମିଳିଛି ।
ସୂଚନା ଯେ, କିଛିଦିନ ହେବ ବଙ୍ଗୀୟ ଫେରିବାଲାଙ୍କୁ ବାଂଲାଦେଶୀ ବୋଲି କହି ଦୁର୍ବ୍ୟବହାର କରାଯିବା ଏବଂ ଗାଁ ଭିତରକୁ ପଶାଇବାକୁ ଦିଆନଯିବାରୁ ସେମାନେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ।
Comments are closed.