www.samajalive.in
Tuesday, December 9, 2025
17.1 C
Bhubaneswar

ଗଞ୍ଜାମ କଲେଜକୁ ଉଚ୍ଚ ଶକ୍ତିସମ୍ପନ୍ନ ସୌର ଚାଳିତ ବତୀଖୁଣ୍ଟ ପ୍ରଦାନ

ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟର ନାକ୍ ମାନ୍ୟତା ନିମନ୍ତେ ସ୍ଥାନୀୟ ଗ୍ରାସୀମ୍ କମ୍ପାନୀ ଜନ କଲ୍ୟାଣ ପାଣ୍ଠି ଦ୍ବାରା ମହାବିଦ୍ୟାଳୟକୁ ଉଚ୍ଚ ଶକ୍ତି ସମ୍ପନ୍ନ ସୌର ଚାଳିତ ବତୀ ଖୁଣ୍ଟ ପ୍ରଦାନ କରି ସହାୟତା ପ୍ରଦାନ କରିଛି। କମ୍ପାନୀର ଏହି ସହାୟତା ଫଳରେ କଲେଜ କର୍ତ୍ତୃପକ୍ଷ ଉତ୍ସାହିତ ହୋଇଛନ୍ତି। ଏହି ଅବସରରେ ଗ୍ରାସୀମ୍ ସି. ଏସ୍. ଆର. ମୁଖ୍ୟ ସୁସ୍ମିତା ବେହେରା ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସମେତ ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ଶୁଭ ଉଦ୍‌ଘାଟନ କରିଥିଲେ। ନାକ୍‌ ସଂଯୋଜକ ତଥା ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ଆଇକ୍ୟୁଏସି ସଂଯୋଜିକା ଅଧ୍ୟାପିକା ଡ଼ଃ. ସ୍ମରଣିକା ହୋତା, ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ. ନିରଞ୍ଜନ ଗୁରୁ, ଇଂରାଜୀ ପ୍ରାଧ୍ୟାପିକା ମମତା ପାଢ଼ୀ, ଅଧ୍ୟାପିକା ଅରୁନ୍ଧତି ସିଂହ, ଅଧ୍ୟାପିକା ଖୁସବୁ ନାଚ, ଶୁଭେନ୍ଦୁ ବିକାଶ ଟହଲ, ଡ଼ଃ.ପିତାମ୍ବର ବେହେରା, ଅଜୟ ବାରିକ, ରଘୁନାଥ ରେଡି ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସୌର ଚାଳିତ ବତୀ ଖୁଣ୍ଟ ଦେଖି ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories