www.samajalive.in
Wednesday, December 10, 2025
18.1 C
Bhubaneswar

ହାତୀ ଉପଦ୍ରବରେ ଫସଲ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଥମିବାର ନାମ ନେଉ ନ ଥିବା ବେଳେ ଶୁକ୍ରବାର ରାତ୍ରିରେ ପୁର୍ନବାର ହାତୀ ଉପଦ୍ରବ ଯୋଗୁଁ ଚାଷ ନଷ୍ଟ ହୋଇଯାଇଛି। ଯୁଯୁମୁରା ବ୍ଲକ ଅନ୍ତର୍ଗତ ନୁଆବରଙ୍ଗାମାଳ ପଞ୍ଚାୟତର ବ୍ରାହ୍ମଣିପାଲି ଓ କୁମକା ଗ୍ରାମରେ ବଣୁଆ ହାତୀ ଉପଦ୍ରବରେ ଧାନ ଫସଲ ପାଇଁ ରୁଆ ହୋଇଥିବା ଧାନ ପଲ୍ଲା ଗୁଡିକ ନଷ୍ଟ କରିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ପୁର୍ନବାର କୁମକା ଗ୍ରାମର ୯ ଜଣ ଚାଷୀଙ୍କ ପ୍ରାୟ ୫ ଏଳର ଚାଷ ଜମିରେ ରୁଆ ଯାଇଥିବା ଧାନ ପଲ୍ଲା ଗୁଡିକୁ ହାତୀ ନଷ୍ଟ କରି ଦେଇଛନ୍ତି। କୁମକା ଗ୍ରାମ ନିବାସୀ ହେମନ୍ତ ମିର୍ଦ୍ଧା, ଉଦ୍ଧବ ମିର୍ଦ୍ଧା, ଜୁମଲ ମିର୍ଦ୍ଧା, ଦସିଆ ମିର୍ଦ୍ଧା, ନିଳାମ୍ବର ମିର୍ଦ୍ଧା, ପ୍ରମୋଦ ରଣା, ଦୁର୍ଜନ ରଣା, ଦୟା ମିର୍ଦ୍ଧା ଏବଂ ଦେବାନନ୍ଦ ମିର୍ଦ୍ଧା ଙ୍କ ଚାଷ ଜମି ଗୁଡିକରେ ହାତୀ ମାନେ ଉପଦ୍ରବ କରି ଫସଲ ନଷ୍ଟ କରି ଦେଇଛନ୍ତି। ବାରମ୍ବାର ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ କରୁଥିବା ବେଳେ ଏହାର କୌଣସି ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ଚାଷୀ ମାନଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ବନ ବିଭାଗ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଛି। ଖବର ମିଳିବା ପରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories