www.samajalive.in
Wednesday, December 10, 2025
18.1 C
Bhubaneswar

ଓଡିଆ ସାହିତ୍ୟରେ ଧର୍ମଧାରା ପାଠଚକ୍ର, ଆଧ୍ୟାତ୍ମିକ ସମନ୍ୱୟର ଭୂମି କେନ୍ଦୁଝର

କେନ୍ଦୁଝରଗଡ: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡିଆ ସାହିତ୍ୟରେ ଧର୍ମଧାରା ଶୀର୍ଷକ ଏକ ପାଠଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ସୁଧାକର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ପାଠଚକ୍ରକରେ ପ୍ରାକ୍ତନଛାତ୍ର ବକ୍ତା ଭାବେ ରିମୁଳି ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ତରୁଣ କୁମାର ଗାଙ୍ଗୁଲି କେନ୍ଦୁଝର ଧର୍ମଧାରା ଉପରେ ଆଲୋଚନା କରି ପ୍ରାୟ ୨ୟ ଶତାବ୍ଦୀରୁ କେନ୍ଦୁଝର ଆଧ୍ୟାତ୍ମିକ ସମନ୍ୱୟ ଭୂମି ଭାବେ ଖ୍ୟାତି ଲାଭ କରିଥିବା ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ପାଠଚକ୍ରକର ଓଡିଆ ବିଭାଗ ଅଧ୍ୟାପିକା ପ୍ରଜ୍ଞା ପାରରମିତା ସାହୁ, ଡ. ଜ୍ୟୋତି କିଶୋର ମହାନ୍ତ ଓ ଡ. ଅଜୟ କୁମାର ସାହୁ ଯଥାକ୍ରମେ ଆଦିବାସୀ ସଂସ୍କୃତି ଓ ଶ୍ରୀଜଗନ୍ନାଥ, ବୈଷ୍ଣବ ଧର୍ମ ଓ ଶ୍ରୀଜଗନ୍ନାଥ ଏବଂ ଓଡିଆ ସାହିତ୍ୟରେ ଶୈବ ଧର୍ମ ଓ ଶ୍ରୀ ଜଗନ୍ନାଥ ସମ୍ପର୍କିିତ ସନ୍ଦର୍ଭ ଉପସ୍ଥାପନ କରିଥିକଲ। ବିଭାଗୀୟ ଅଧ୍ୟାପିକା ଶୁଭସ୍ମିତା ଦାଶ ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡ. ସୁମନ୍ତ୍ର ନାଏକ ଜନଜାତି ମାନଙ୍କର ଧର୍ମଧାରା ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ବିଭାଗର ଅନ୍ୟତମ ଅଧ୍ୟାପକ ଅକାଲୁ ପୃଷ୍ଟି ଆଦିବାସୀ ଧର୍ମ ଧାରା କିପରି ହିନ୍ଦୁ ଧର୍ମକୁ ପ୍ରଭାବିତ କରିଛି ସେ ସମ୍ପକରେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ଛାତ୍ରୀ ତଥା ସମ୍ପାନ ସମ୍ପାଦିକା ଅନୁରାଧା ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ପ୍ରକାଶଥାଉକି, ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ପ୍ରତିମାସ ଜଣେ ପ୍ରତିଷ୍ଠିତ ପ୍ରାକ୍ତନ ଛାତ୍ର ବକ୍ତାଙ୍କୁ ନେଇ ପାଠଚକ୍ର ଆକୟାଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ପାଠଚକ୍ର ଆକୟାଜନ କରିବାକୁ ପ୍ରୋତ୍ସାହିତ କରିଥିବାରୁ ବିଭାଗୀୟ ମୁଖ୍ୟ ଶ୍ରୀ ଦାଶ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତିଙ୍କୁ ବିଭାଗ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଶେଷରେ ସ୍ନାତକୋତ୍ତର ସମ୍ପାନ ସମ୍ପାଦିକା ବର୍ଷାରାଣୀ ବାରିକ୍‌‌ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories