www.samajalive.in
Sunday, December 7, 2025
15.1 C
Bhubaneswar

ନଦୀମଙ୍କ ସ୍ବର୍ଣ୍ଣ ବିଜୟ ପଛରେ ନୀରଜ !

ପ୍ୟାରିସ: ବେଶି ପଛ କଥା ନୁହେଁ; ଗତ ମାର୍ଚ୍ଚରେ ଅର୍ଶଦ ନଦୀମଙ୍କ ନିକଟରେ ଜାଭେଲିନ୍‌ ନଥିଲା, ସେତେବେଳେ ନୀରଜ ଚୋପ୍ରା ସହାୟତାର ହାତ ବଢ଼ାଇଥିଲେ। ଏମିତି କି ନିଜେ ତାଙ୍କୁ ଜାଭେଲିନ୍‌ ଦେଇଥିଲେ। କେବଳ ସେତିକି ନୁହେଁ, ଅଲିମ୍ପିକ୍‌ସ ପାଇଁ ପ୍ୟାରିସ ଯିବାକୁ ନଦୀମଙ୍କ ପାଖରେ ଅର୍ଥାଭାବ ଥିଲାବେଳେ ନୀରଜ ବିଭିନ୍ନ ସୂତ୍ରରୁ ଚାନ୍ଦା ସଂଗ୍ରହ କରି ନଦୀମଙ୍କୁ ଦେବା ବ୍ୟବସ୍ଥା କରିଥିଲେ।  ଯେଉଁ ନଦୀମଙ୍କୁ ସାହାଯ୍ୟ କରି ତାଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ କରାଇଥିଲେ ନୀରଜ ସେହି ନଦୀମ ଏବେ ତାଙ୍କୁ ପରାସ୍ତ କରି ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଏ କଥାକୁ ଅନ୍ୟ କେହି ସ୍ବୀକାର କରନ୍ତୁ ଅବା ନକରନ୍ତୁ ନିଜେ ନଦୀମ ସ୍ବୀକାର କରିବା ସହ ଏଭଳି ପ୍ରତିଦ୍ବନ୍ଦ୍ବିତା ଦୁଇ ଦେଶର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ଦେଇଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦ୍ବନ୍ଦ୍ବ ରହିଥିଲେ ମଧ୍ୟ ନୀରଜଙ୍କ ଆଭିମୁଖ୍ୟ ଉଭୟ ଦେଶର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ନୀରଜଙ୍କ ସହ ସେ ୧୧ଥର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେବେ ତିକ୍ତତା ସୃଷ୍ଟି ହୋଇନାହିଁ। ଉଭୟ ଦେଶବାସୀ ଏଭଳି ମନୋଭାବକୁ ଅନୁସରଣ କରିବା ଉଚିତ। ସେମାନେ କ୍ରିକେଟ ଭଳି ଝଗଡ଼ାକୁ ଛାଡ଼ି କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି।

- Advertisement -

ନଦୀମ ଓ ନୀରଜଙ୍କ ସମ୍ପର୍କକୁ ଖୁବ୍‌ ଉଚ୍ଚକୁ ନେଇଯାଇଛନ୍ତି ନୀରଜଙ୍କ ମାଆ ସରୋଜିନୀ ​‌େ‌ଦବୀ। ନୀରଜ ରୌପ୍ୟ ପଦକ ଜିତିବା ନେଇ ସେ ଯେତିକି ଖୁସି ନଦୀମ ସ୍ବର୍ଣ୍ଣ ଜିତିବା ପାଇଁ ମଧ୍ୟ ସେ ସେହି ପରିମାଣରେ ଖୁସି ବୋଲି ସରୋଜିନୀ ମନ୍ତବ୍ୟ ଦେଇଛନ୍ତି। ନୀରଜ ପରି ନଦୀମ ମଧ୍ୟ ଆମର ପିଲା। ଉଭୟ ପ୍ରବଳ ପରିଶ୍ରମ କରିଥିଲେ। ସେମାନେ ପଦକ ପାଇବାକୁ ହକ୍‌ଦାର। ଉଭୟ ସୁନା ଓ ରୁପା ଜିତିବା ଆମ ପାଇଁ ସମାନ ବୋଲି ହରିୟାଣାର ପାନିପତ୍‌ ଅନ୍ତର୍ଗତ ଖାନ୍ଦ୍ରାସ୍ଥିତ ଘରେ ସରୋଜିନୀ କହିଛନ୍ତି। ନୀରଜଙ୍କ ଖୁଡ଼ୀ କମଳେଶ ମଧ୍ୟ ନଦୀମଙ୍କୁ ପ୍ରଶଂସା କରିଛନ୍ତି। ନୀରଜ ଭଳି ସେ ଆମର ପୁଅ ଓ ସମଗ୍ର ଏସିଆ ପାଇଁ ଗୌରବ ବୋଲି କମଳେଶ କହିଛନ୍ତି। ନୀରଜଙ୍କ ପିତା ସତୀଶ କୁମାର ମଧ୍ୟ ଉଭୟଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ପାକିସ୍ତାନ​‌େ​‌ର ନଦୀମଙ୍କୁ ସ୍ବାଗତ ପାଇଁ ଆ​‌େ​ୟ‌ାଜନ ଚାଲିଥିବାବେଳେ ସିନ୍ଧୁପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ ନଦୀମଙ୍କୁ ଶୁଭେଚ୍ଛା ଜଣାଇବା ସହ ​‌୧୦ଲକ୍ଷ ଟଙ୍କାର ଚେକ୍‌ ଦେଉଥିବାର ଏକ ପୁରୁଣା ଫଟୋ ଦେଖାଇ ସହାୟତା ପ୍ରଦାନ କରିଥିବା ଦାବି କରୁଛନ୍ତି। ତାଙ୍କର ଏପରି ବାହାଦୁରି ଦେଖାଇବାକୁ ଦେଶବାସୀ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସରିଫ ତୀବ୍ର ସମାଲୋଚିତ ହୋଇଛନ୍ତି। ଭାରତୀୟଙ୍କ ପ୍ରତିକ୍ରିୟାରେ ସେମାନେ ଖୁବ୍‌ ଖୁସି ବ୍ୟକ୍ତ କରିଥିବାବେଳେ କିଛି ଲୋକଙ୍କ ନକାରାତ୍ମକ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସରିଫ ସରକାର କିଛି ମାସ ପୂର୍ବେ ନଦୀମଙ୍କୁ ଏକ ଜାଭେଲିନ୍‌ କିଣିବା ପାଇଁ ଅର୍ଥ ଦେଇନଥିବାରୁ ତୀବ୍ର ସମାଲୋଚନା କରାଯାଇଛି। ସରକାର ଟୋକିଓ ଅଲିମ୍ପିକ୍ସ ଓ ଅନ୍ୟ ଆନ୍ତର୍ଜାତିକ କ୍ରୀଡ଼ାରେ ଅଂଶଗ୍ରହଣ ପାଇଁ ନଦୀମ ସଂଘର୍ଷ କରୁଥିବାବେଳେ ତାଙ୍କୁ ସହାଯ୍ୟ କରିନଥିଲେ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି।

ପ୍ୟାରିସ ଅଲିମ୍ପିକ୍‌ସରେ ଅର୍ଶଦ ରେକର୍ଡ ୯୨.୯୭ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିବା ସହ ଇତିହାସ ରଚିଛନ୍ତି। ସ୍ବର୍ଣ୍ଣ ଜିତିବା ପରେ ନଦୀମଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିଥିଲା। ସେ ଜୋରରେ କାନ୍ଦୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଭାରତର ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ନଦୀମ ସ୍ବର୍ଣ୍ଣ ଜିତିଥିଲେ। ଦିନେ ଜାଭେଲିନ କିଣିବା ଲାଗି ଟଙ୍କା ନଥିବାରୁ ନୀରଜ ତାଙ୍କୁ ଜାଭେଲିନ ଦେଇଥିଲେ। ଏବେ ତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ନୀରଜଙ୍କ ମହାନତା ବଳରେ ନଦୀମ ପ୍ୟାରିସ ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ଜିତିପାରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ନଦୀମଙ୍କ ପିତା ଜଣେ ଶ୍ରମିକ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଥିଲା। ଜାଭେଲିନ ତାଲିମ ନେବାକୁ ତାଙ୍କ ନିକଟରେ ଟଙ୍କା ନଥିଲା। ପ୍ୟାରିସ ଅଲିମ୍ପିକ୍‌ସ ଲାଗି ନଦୀମ ଚାନ୍ଦା ପାଇଥିବା ଟଙ୍କାରେ ପ୍ରଶିକ୍ଷଣ ନେଇଥିଲେ। ସାଙ୍ଗ, ବନ୍ଧୁବାନ୍ଧବ ଓ ପଡ଼ୋଶୀ ସାହାଯ୍ୟ କରିଥିଲେ। ଟଙ୍କା ନଥିବାରୁ ପୁରୁଣା ଜାଭେଲିନକୁ ମରାମତି କରି ଅଭ୍ୟାସ କରୁଥିବା ନଦୀମ କିଛି ମାସ ପୂର୍ବେ ଏହି ଅର୍ଥରେ ନୂଆ ଜାଭେଲିନ୍‌ କିଣିଥିଲେ। ଦକ୍ଷିଣ ଏସୀୟ କ୍ରୀଡ଼ା ସମୟରେ ନୀରଜ ତାଙ୍କୁ ନୂତନ ଜାଭେଲିନ କିଣିବା ଲାଗି ଆର୍ଥିକ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories