www.samajalive.in
Wednesday, December 10, 2025
18.1 C
Bhubaneswar

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୯ ବର୍ଷ କରିବାକୁ ପ୍ରସ୍ତାବ, ସଂସଦରେ ଆଗତ ହେଲା ବିଲ୍‌

ସମାଜ ଡିଜିଟାଲ ଡେସ୍କ: ଇରାକ ସଂସଦରେ ଝିଅଙ୍କ ବିବାହ ବୟସକୁ ନେଇ ଏକ ବିଧେୟକ ଉପସ୍ଥାପନ କରାଯାଇଛି। ଯଦି ସଂସଦରେ ଏହି ବିଲ୍‌ ପାରିତ ହୁଏ, ତେବେ ସେଠାରେ ୯ ବର୍ଷର ଝିଅଙ୍କ ବିବାହକୁ ବୈଧ ବୋଲି ଧରାଯିବ। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ଥିବାବେଳେ ଏଥିରେ ସଂଶୋଧନ କରାଯାଇ ୯ ବର୍ଷ କରିବା ନେଇ ଏହି ବିଧେୟକରେ ଉଲ୍ଲେଖ ରହିଛି। ଏହି ବିଲ୍‌କୁ ଇରାକର ମହିଳା ଏବଂ ବହୁ ମାନବାଧିକାର ସଂଗଠନ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ର ନିୟମ ୧୮୮ରେ ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଅବଦୁଲ କରିମ କାସୀମ ସରକାରଙ୍କ ସମୟରେ ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ ତିଆରି କରାଯାଇଥିଲା। ଏହି ନିୟମକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ କରାଯାଇଥିଲା।

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories