www.samajalive.in
Sunday, December 7, 2025
15.1 C
Bhubaneswar

ଏପ୍ରିଲ୍ ୧ରୁ ବିମାନବନ୍ଦରରେ ନୂଆ ପାର୍କିଂ ନୀତି ଲାଗୁ କରିବ ଏଏଆଇ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ପାର୍କିଂ ନୀତି ଏବେ ତ୍ରିଶଙ୍କୁ ଅବସ୍ଥାରେ ପହଞ୍ଚିଛି। ଗୋଟିଏ ପଟେ ପାର୍କିଂ ଟେଣ୍ଡର ନେଇଥିବା ଘରୋଇ ସଂସ୍ଥା ନୂଆ ଲାଗୁ କରିବାକୁ ବିରୋଧ କରୁଥିବା ବେଳେ ଏପଟେ ଆସନ୍ତା ଏପ୍ରିଲ୍ ମାସରୁ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନୂଆ ପାର୍କିଂ ନୀତି ଲାଗୁ କରାଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ ଦେଇଥିବା ଉତ୍ତର କେବେ କାର୍ଯ୍ୟକାରୀ ହେବ ତାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଆସନ୍ତା ଏପ୍ରିଲ୍ ମାସ ୧ ତାରିଖରୁ ନୂଆ ପାର୍କିଂ ନୀତି ଲାଗୁ କରିବାକୁ ଯାଉଛୁ। ଏଥିପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) କ​‌େ​‌ର୍ପାରେଟ୍ ମୁଖ୍ୟାଳୟ ପକ୍ଷରୁ ଆମକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ନୂଆ ନୀତି ଲାଗୁ କରିବା ନେଇ ଆବଶ୍ୟକୀୟ ଦିଗ ଉପରେ ବିଚାର କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏଏଆଇ ନୂଆ ପାର୍କିଂ ନୀତି ଲାଗୁ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ନୂଆ ନିୟମ ଲାଗୁ ହେବା ପରେ ପ୍ରତ୍ୟେକ ବାଣିଜ୍ୟିକ ଗାଡ଼ି ଟର୍ମିନାଲ୍‌କୁ ଯିବା ପାଇଁ ଦେୟ ଦେବାକୁ ହେବ। ତେବେ ଘରୋଇ ଗାଡ଼ି ଟର୍ମିନାଲ୍‌ରେ ଯାତ୍ରୀଙ୍କୁ ଛାଡ଼ିବା ପରେ ସେହି ସ୍ଥାନ ତୁରନ୍ତ ଛାଡ଼ିବେ।
ସେହିପରି ଯଦି ଯାତ୍ରୀଙ୍କୁ ଅପେକ୍ଷା କରିଛନ୍ତି ତେବେ ଏକ ଟିକଟ ନେଇ ସେଠାରେ ଉଦ୍ଦିଷ୍ଟ ଥିବା ଏକ ଅଲଗା ପାର୍କିଂ ସ୍ଥଳରେ ଗାଡ଼ି ରଖି ପାରିବେ। ତେବେ ବିମାନ ଆସିବାର କିଛି ସମୟ ପୂର୍ବରୁ ସେଠାରେ ମାଗଣାରେ ଗାଡ଼ି ରଖିବା ପାଇଁ ସୁଯୋଗ ମିଳିବ। ତେବେ ନୂଆ ନିୟମକୁ ଲାଗୁ କରିବା ପାଇଁ ପାର୍କିଂ ଦାୟିତ୍ବରେ ଥିବା ଆମେଜିଂ ଇଣ୍ଡିଆ କଣ୍ଟ୍ରାକ୍ଯର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବିରୋଧ କରିଛି।
କମ୍ପାନୀ ଅଧିକାରୀ କହିଛନ୍ତି ଯେଉଁ ନିୟମରେ ଆମେ ଟେଣ୍ଡର ନେଇଥିଲୁ ସେହି ନିୟମ ଅନୁସାରେ ପାର୍କିଂ ଫି ଆଦାୟ ହେବ। ଟେଣ୍ଡର ଅବଧି ମଝିରେ ନିୟମରେ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। ଯଦି ଏପରି ହୁଏ ତେବେ ଆଇନ୍‌ର ଆଶ୍ରୟ ନେବା ଛଡ଼ା ଅନ୍ୟ ପନ୍ଥା ନାହିଁ। ତେବେ ସୋମବାର ଦିନ ଏ ନେଇ ଏଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories