www.samajalive.in
Wednesday, December 10, 2025
18.1 C
Bhubaneswar

କାହିଁକି ଭିନେଶ ଫୋଗଟଙ୍କୁ ଘୋଷଣା କରାଗଲା ଅଯୋଗ୍ୟ

ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସର ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଭାରତର ଭିନେଶ ଫୋଗଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଅଧିକ ଓଜନ ରହୁଥିବାରୁ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଫଳରେ ସେ ଆଜି ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଏବଂ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହେବେ।

ମହିଳା କୁସ୍ତି ୫୦ କେଜି ବର୍ଗରୁ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତି ସାରା ଦଳର ବହୁ ଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ଓଜନ ୫୦ କିଲୋଗ୍ରାମ ୧୦୦ ଗ୍ରାମ ରହିଥିଲା। ସ୍ୱର୍ଣ୍ଣ ପଦକ ପାଇଁ ଭିନେଶ ଆମେରିକାର ସାରା ହିଲ୍ଡେବ୍ରାଣ୍ଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।

- Advertisement -

ଆଜି (ବୁଧବାର) ସକାଳେ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା। ନିୟମ ଅନୁଯାୟୀ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ଜଣେ ଭାରତୀୟ ପ୍ରଶିକ୍ଷକ କହିଛନ୍ତି। ସେମିଫାଇନାଲରେ ଭିନେଶଙ୍କ ଠାରୁ ପରାସ୍ତ ହୋଇଥିବା କ୍ୟୁବା କୁସ୍ତିଯୋଦ୍ଧା ୟୁସ୍ନେଲିସ୍ ଗୁଜମାନ୍ ଲୋପେଜ୍ ଫାଇନାଲରେ ଖେଳିବେ।

ଭିନେଶ ଦ୍ୱିତୀୟ ଦିନରେ ବିଫଳ ହୋଇଛନ୍ତି। ଅନ୍ତର୍ଜାତୀୟ କୁସ୍ତି ନିୟମର ଧାରା ୧୧ ଅନୁଯାୟୀ, ସେମିଫାଇନାଲରେ ତାଙ୍କ ବିପକ୍ଷରେ ହାରିଥିବା କୁସ୍ତିଯୋଦ୍ଧା ଭିନେଶଙ୍କ ସ୍ଥାନ ନେବେ। ତେଣୁ ୟୁସ୍ନେଲିସ୍ ଗୁଜମାନ୍ ଲୋପେଜ୍ ଫାଇନାଲରେ ଭାଗ ନେବେ ବୋଲି ପ୍ୟାରିସ୍ କ୍ରୀଡ଼ା ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଭିନେଶ ମଙ୍ଗଳବାର ମୁକାବିଲା ପାଇଁ ଓଜନ ମାନଦଣ୍ଡ ପୂରଣ କରିଥିଲେ କିନ୍ତୁ ନିୟମ ଅନୁଯାୟୀ ପ୍ରତିଯୋଗିତାର ଉଭୟ ଦିନ ଆଥଲେଟମାନେ ସେମାନଙ୍କ ଓଜନ ବର୍ଗରେ ରହିବା ଉଚିତ୍।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମଙ୍ଗଳବାର ରାତିରେ ଭିନେଶଙ୍କର ଓଜନ ୫୨ କିଲୋଗ୍ରାମ ଥିଲା ଏବଂ ଫାଇନାଲ ଦିନ ଓଜନ ମାନଦଣ୍ଡ ପୂରଣ କରିବା ଆଶାରେ ପ୍ରାୟ ପୁରା ରାତି ବ୍ୟାୟାମ କରିଥିଲେ।କିନ୍ତୁ ତାହା ସମ୍ଭବ ହୋଇନଥିଲା। ଭିନେଶଙ୍କୁ ଅତିରିକ୍ତ ୧୦୦ ଗ୍ରାମ ହରାଇବା ପାଇଁ କିଛି ସମୟ ଦେବାକୁ ଭାରତୀୟ ପ୍ରତିନିଧି ଦଳ ଅନୁରୋଧ କରିଥିଲେ ମଧ୍ୟ ସେଥିପାଇଁ ଅନୁମତି ମିଳିନଥିଲା।

ପ୍ୟାରିସ୍ ଅଲିମ୍ପିକ୍ସର ୫୦ କେଜି ବର୍ଗରେ ଭିନେଶ ଏବେ ତାଲିକାର ଶେଷ ସ୍ଥାନରେ ରହିବେ। ସେ ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରିଥିଲେ। ସେହି ମ୍ୟାଚ୍ ପୂର୍ବରୁ ସୁସାକି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ (୮୨-୦) ଅପରାଜିତ ଥିଲେ।

ତେବେ ପ୍ୟାରିସ୍ ଅଲିମ୍ପିକ୍ସର ମହିଳା ୫୦ କେଜି ଇଭେଣ୍ଟରେ ଅଧିକ ଓଜନ ରହୁଥିବାରୁ କେବଳ ଭିନେଶ ଅଯୋଗ୍ୟ ଘୋଷିତ ହୋଇନାହାନ୍ତି, ମଙ୍ଗଳବାର ଇଟାଲୀର ଏମାନୁଏଲା ଲିଉଜି ମଧ୍ୟ ଅଧିକ ଓଜନ ରହୁଥିବା ଜଣାପଡ଼ିବା ପରେ ପ୍ରାଥମିକ ମୁକାବିଲା ବାତିଲ କରିବାକୁ ବାଧ୍ୟ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାତାରାତି ବ୍ୟାୟାମ ଏବଂ ଓଜନ କମାଇବା ପାଇଁ ଅତ୍ୟଧିକ ପରିଶ୍ରମ ଯୋଗୁଁ ଭିନେଶ ଡିହାଇଡ୍ରେଟ୍ (ଜଳୀୟ ଅଂଶ କମିଯିବା) ହୋଇଯାଇଥିଲେ ଏବଂ ପ୍ୟାରିସରେ ତାଙ୍କର ଚିକିତ୍ସା ଚାଲିଛି।

ତେବେ ଏଭଳି ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡାବିତଙ୍କ ପାଇଁ ଏହା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ଆଥଲେଟ୍ ଏକ ପ୍ରତିଯୋଗିତା ପୂର୍ବରୁ କିଛି ସମୟ ମଧ୍ୟରେ ଯୋଜନାବଦ୍ଧ ଭାବରେ ଓଜନ ହ୍ରାସ କରନ୍ତି। ସେମାନେ ସାଧାରଣତଃ ଦୁଇ ସପ୍ତାହ ପୂର୍ବରୁ ଓଜନ ହ୍ରାସ କରିବା ଆରମ୍ଭ କରନ୍ତି ଏବଂ ଧୀରେ ଧୀରେ ସେମାନଙ୍କ ଶରୀରର ପ୍ରାୟ ୧୦% ଓଜନ ହ୍ରାସ କରନ୍ତି।

୬୦ କେଜିରୁ ୫୫ କେଜି ଓ ପରେ ଅଲିମ୍ପିକ୍ ଟ୍ରାଏଲରେ ଭାଗ ନେବା ପାଇଁ ୫୦ କେଜିକୁ ଖସି ଆସିଥିବା ଭିନେଶ ଗତ ୭ ମାସ ହେବ ନିରନ୍ତର ଓଜନ ହ୍ରାସ ପର୍ଯ୍ୟାୟରେ ଅଛନ୍ତି। ତାଙ୍କ ଶରୀରର ସାଧାରଣ ଓଜନ ପ୍ରାୟ ୫୩ କେଜି। ସୂଚନା ଅନୁଯାୟୀ, ଓଜନର ଶେଷ ୨୪ ଘଣ୍ଟା ପୂର୍ବରୁ ଆଥଲେଟ ମାନେ ଓଜନ କମାଇବା ପାଇଁ ଅତ୍ୟଧିକ ଉପାୟ ଅବଲମ୍ବନ କରିଥାନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories