www.samajalive.in
Monday, December 8, 2025
13.1 C
Bhubaneswar

ଝାଡାବାନ୍ତିରୁ ରକ୍ଷା ପାଇଁ ପୂଜାର୍ଚ୍ଚନା, ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଲା

ଭବାନୀପାଟଣା: ଜୟପାଟଣା ବ୍ଲକ ଅଁଳାଭଟା ପଂଚାୟତର ଟିଙ୍ଗୋପଖାନ ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରେ ପହଁଚିଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ବୁଧବାର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜୟପାଟଣା ଡାକ୍ତରଖାନାକୁ ଯାଇ ରୋଗୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ସିଡ଼ିଏମଓ ଡଃ ସୁଚେତା ପାଣି ଟିଙ୍ଗୋପଖାନ ଗାଁକୁ ଯାଇ ଅସ୍ଥାୟୀ ଶିବିର ପରିଦର୍ଶନ କରିବା ସହିତ ପରିସ୍ଥିତି ର ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଗାଁରେ ଝାଡାବାନ୍ତିରୁ ରକ୍ଷା ପାଇବା ପାଇଁ ଗାଁ ଲୋକେ ଦେବଦେବୀଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କୁ ରୋଗ ବୈରାଗରୁ ରକ୍ଷା କରିବାକୁ ଗ୍ରାମଦେବୀଙ୍କୁ ସେମାନେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ସପ୍ତାହେ ଧରି ଅଁଳାଭଟା ପଂଚାୟତ ଓ ଏହା ଅଧୀନ ଟିଙ୍ଗୋପଖାନ ଗାଁରେ ଝାଡାବାନ୍ତିରେ ବହୁଲୋକ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ୨ ଜଣ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେଇଛନ୍ତି। ଟିଙ୍ଗୋପଖାନ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ, ଗାଁ ରାସ୍ତାରେ ଅନବରତ ନର୍ଦ୍ଦମା ପାଣି ଚାଲିବା, ନଳକୂପ ନିକଟରେ ସନ୍ତସନ୍ତିଆ ପରିବେଶ ଝାଡାବାନ୍ତିର ମୁଖ୍ୟ କାରଣ ବୋଲି କୁହାଯାଉଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories