www.samajalive.in
Monday, December 8, 2025
14.1 C
Bhubaneswar

ଜିଲା ଉନ୍ନତିରେ ବ୍ୟବସାୟୀଙ୍କ ସହଯୋଗ ଆବଶ୍ୟକ: ବିଧାୟକ

ମାଲକାନଗିରି: ଜିଲାର ଉନ୍ନତିରେ ବ୍ୟବସାୟୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିଛି ଏଭଳି ମତ ଦେଇଛନ୍ତି ମାଲକାନଗିରି ନବନିର୍ବାଚିତ ବିଧାୟକ ନରସିଂହ ମାଡ଼କାମୀ। ମାଲକାନଗିରି ଜିଲା ବ୍ୟବସାୟୀ ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକ ନରସିଂହ ମାଡ଼କାମୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ବିଧାୟକ ଏପରି କହିଛନ୍ତି। ମାଲକାନଗିରି ସଦର ମହକୁମାସ୍ଥିତ ସ୍ବାଗତ ହୋଟେଲର ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ନରସିଂହ ମାଡ଼କାମୀ ଯୋଗ ଦେଇଥିବାବେଳେ ଜିଲା ବିଜେପି ଅଧ୍ୟକ୍ଷ ନିମାଇ ପାଲ, ବରିଷ୍ଠ ଆଇନଜୀବୀ ଗୁରୁ ଚରଣ ମହାନ୍ତି, ବିଶିଷ୍ଟ ବ୍ୟବସାୟୀ ଡା. ତପନ ସାନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲା ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମାନି ଅଧ୍ୟକ୍ଷତା କରିଥିଲେ। ସଂଘର ସଦସ୍ୟ ଦିବାକର ପାଳ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ବ୍ୟବସାୟୀ ତଥା ଜିଲାର ବିଭିନ୍ନ ସମସ୍ୟା ନେଇ ସମ୍ପାଦକ ଈଶ୍ବର ପଟ୍ଟନାୟକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପଢୌକନ ଓ ଫୁଲତୋଡ଼ା ଦେଇ ବିଧାୟକ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମସ୍ୟାଗୁଡ଼ିକର ସମାଧାନ ଉପରେ ବିଧାୟକ ଶ୍ରୀ ମାଡ଼କାମୀ କହିଥିଲେ ଯେ, ମାଲକାନଗିରି ସହର ଲାଗି ରିଙ୍ଗ ରୋଡ଼୍‌ ପାଇଁ ପ୍ରସ୍ତାବ ରହିଛି। ରେଳ ଲାଇନ୍ ଏବଂ ବିମାନ ବନ୍ଦର କାର୍ଯ୍ୟକୁ ତ୍ବରାନିତ କରାଯାଉଛି। ଜିଲାର ଯେଉଁ ସବୁ ସମସ୍ୟା ରହିଛି ସବୁର ସମାଧାନ ପାଇଁ ବ୍ୟବସାୟୀ ସଂଘର ସହଯୋଗ କାମନା କରିଛି। ଏଥିପାଇଁ ପ୍ରତ୍ୟେକ ମାସରେ ସଂଘର ପ୍ରତିନିଧିମାନଙ୍କ ସହ ବୈଠକ କରି ଆଲୋଚନା କରିବା ଉପରେ ସେ ପ୍ରସ୍ତାବ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟଗଣ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories