ନୂଆଦିଲ୍ଳୀ: ଏଣିକି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍ ପୂର୍ବରୁ ହିଁ ଯାତ୍ରୀଙ୍କୁ ପ୍ଲାଟଫର୍ମ ଭିତରେ ପ୍ରବେଶ ଅନୁମତି ମିଳିବ। ବିମାନ ବନ୍ଦରରେ ଭଳି ଏହି କଟକଣା ଏବେ ରେଳଷ୍ଟେସନ୍ରେ ମଧ୍ୟ କାର୍ଯ୍ୟକାରୀ ହେବ। ସୁରକ୍ଷା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା କୁମ୍ଭମେଳା ଅବସରରେ ପ୍ରୟାଗରାଜ ଷ୍ଟେସନ୍ରେ ଏବଂ କର୍ଣ୍ଣାଟକର ହୁବ୍ଲି ଷ୍ଟେସନ୍ରେ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଉ ୨୦୨ଟି ଷ୍ଟେସନରେ କାର୍ଯ୍ୟକାରୀ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହାର ସଫଳତା ଆଧାରରେ ଦେଶର ଅନ୍ୟାନ୍ୟ ଷ୍ଟେସନ୍ରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
ରେଳବାଇ ସୁରକ୍ଷା ଦାୟିତ୍ୱରେ ଥିବା ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କ ସୂଚନା ଅନୁଯାୟୀ, ଷ୍ଟେସନ ଭିତରେ ଯାତ୍ରୀ ପ୍ରବେଶ ଉପରେ କଟକଣା ପାଇଁ ଚାରିପଟେ ପ୍ରଚାରୀ ନିର୍ମାଣ କରାଯିବ। ସ୍ଥାୟୀ ପ୍ରାଚୀର ନିର୍ମାଣ ପର୍ଯ୍ୟନ୍ତ ଆରପିଏଫ୍ ସୁରକ୍ଷା କର୍ମୀ ଏହି କଟକଣା ଦାୟିତ୍ୱରେ ରହିବେ । ଯାତ୍ରୀଙ୍କୁ ପ୍ରବେଶ ପୂର୍ବରୁ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୧୬ରେ ଆଏସ୍ଏସ୍ ବ୍ୟବସ୍ଥା ଅଧୀନରେ ଏହି ନୂଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୨୦୨ଟି ଷ୍ଟେସନ୍ରେ ୩୮୫.୦୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଟ୍ରେନ୍ ଯାତ୍ରାର ୨୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ମିଳିବ ପ୍ରବେଶ ଅନୁମତି
Popular Categories



