ସ୍ୱପ୍ନରେ ହେଉ ଅବା ସକାଳୁ ଉଠି ହେଉ, ଏହି ସବୁ ଦେଖିଲେ ହୋଇଥାଏ ଶୁଭ
୧.ସକାଳୁ ଉଠି ଆପଣଙ୍କର ନଜର କ୍ଷୀର ବା ଦହି ଥିବା ଗିନା ଉପରେ ପଡେ ତେବେ ଆପଣଙ୍କର ଭାଗ୍ୟ ବଦଳିଲା ବୋଲି ଜାଣନ୍ତୁ।
୨. ସକାଳୁ ଉଠିଲା ବେଳେ ଶଙ୍ଖ ବା ମନ୍ଦିର ଘଣ୍ଟ ବଜା ଶବ୍ଦ କାନରେ ପଡେ ତେବେ ବହୁତ ଶୁଭ ହୋଇଥାଏ ।
୩. ଯଦି ସ୍ୱପ୍ନରେ ବାରମ୍ବାର ପାଣି, ସବୁଜ ଗଛପତ୍ର ଓ ଲକ୍ଷ୍ମୀଙ୍କ ବାହାନ ପେଚାକୁ ଦେଖନ୍ତି, ତେବେ ବୁଝିଯିବେ ଯେ ବହୁତ ଶୀଘ୍ର ଆପଣଙ୍କ ଜୀବନ ଧନଧାନ୍ୟରେ ପୁରି ଉଠିବ ।
୪. ନଡିଆ, ଶଙ୍ଖ, ମୟୂର, ହଂସ ଓ ଫୁଲ ସକାଳ ସ୍ୱପ୍ନରେ ଦେଖିଲେ ବହୁତ ଶୁଭ ହୋଇଥାଏ ।
୫. ସ୍ୱପ୍ନରେ ଧଳା ସାପ ଓ ସୁନେଲି ରଙ୍ଗ ସାପ ଦେଖନ୍ତି ତେବେ ନିକଟ ଭବିଷ୍ୟରେ ମହାଲକ୍ଷ୍ମୀଙ୍କ କୃପା ହାସଲ ହେବ ବୋଲି ଜାଣିବେ ।