www.samajalive.in
Sunday, December 7, 2025
14.1 C
Bhubaneswar

ବିଲାଟ ଗ୍ରାମ୍ୟ ଉଦ୍ୟାନ ଗଢ଼ିଛି କିଏ, ଭାଙ୍ଗୁଛି କିଏ ?

ନର୍ଲା: ନର୍ଲା ବ୍ଲକ ଅଧୀନସ୍ଥ ରୁପ୍ରାରୋଡ ପଞ୍ଚାୟତର ବିଲାଟ୍ ଗ୍ରାମର ଶୈବପୀଠ ଗୁପ୍ତେଶ୍ୱରଙ୍କ ପାଦ ଦେଶରେ ଥିବା ଗ୍ରାମ୍ୟ ଉଦ୍ୟାନ ଆଜି ଶ୍ରୀହୀନ ହୋଇ ପଡ଼ିଛି। ୨୦୨୧ ମସିହାରେ ତତ୍କାଳୀନ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କ ଉଦ୍ୟମରେ ସାରା ବ୍ଲକରେ ପ୍ରଥମ କରି ନିର୍ମାଣ ହୋଇଥିବା ଏହି ସରକାରୀ ଉଦ୍ୟାନ ଏବେ ଭୂଗର୍ଭରେ ବିଲୀନ ହୋଇପଡିଛି। ପ୍ରାକୃତିକ ସବୁଜିମା ଭରା ଜଙ୍ଗଲ ପରିବେଷ୍ଟନୀକୁ ଆଖି ଆଗରେ ରଖି ତଥା ଶୈବପୀଠକୁ ଶହଶହ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ନିର୍ମାଣ ହୋଇଥିଲା ଏହି ଗ୍ରାମ ଉଦ୍ୟାନ। ଯଦି ଏହାର ଉଚିତ୍ ରକ୍ଷଣାବେକ୍ଷଣ କରାଯାଇଥାନ୍ତା, ତାହେଲେ ଆଜି ଏହି ଉଦ୍ୟାନ ଯୌବନପ୍ରାପ୍ତି ହେବା ସହ ଫୁଲ ଫଳର ମହକରେ ଶ୍ରଦ୍ଧାଳୁଙ୍କ ମନ ମୋହିଥାନ୍ତା। ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ରୁପ୍ରାରୋଡ ପଞ୍ଚାୟତରେ ନବ ନିର୍ବାଚିତ ହେମନ୍ତ ଭୋଇ ସରପଞ୍ଚ ଦାୟିତ୍ୱ ନେବା ପରଠାରୁ ଏହାକୁ ଅଣଦେଖା କରାଗଲା। ଯତ୍ନର ଅଭାବରୁ ଗଛପତ୍ର ସବୁ ନଷ୍ଟ ହେବା ପରେ ଏହି ଉଦ୍ୟାନ ଆଜି ମାଟିରେ ମିଶି ଯାଇଛି। କେବଳ ସେତିକି ନୁହେଁ ଉଦ୍ୟାନକୁ ଲାଗି ଏକ ପାଣି ଟାଙ୍କୀ ନିର୍ମାଣ କାମ ଚାଲିଛି। ଉଦ୍ୟାନ ଭିତର ଦେଇ ଠିକାଦାର ନିଜର ଭାରିଯାନ ନେଉଛି। ଫଳରେ ଉଦ୍ୟାନ ଭିତରେ ସିମେଣ୍ଟ ଫେଭର୍ ବ୍ଲକରେ ନିର୍ମିତ ହୋଇଥିବା ରାସ୍ତା ଭାଙ୍ଗି ଯାଇଛି। ତେବେ ସଂପୃକ୍ତ ଜାଗାରେ ଗାଡି ନେବା ପାଇଁ ଅନୁମତି ଦେଲା କିଏ ? ପାଖରେ ଅନେକ ସରକାରୀ ଜାଗା ଥିବା ସତ୍ତ୍ୱେ ଉଦ୍ୟାନକୁ ଲାଗି ପାଣି ଟାଙ୍କି ନିର୍ମାଣ କରି ଏହାକୁ ପ୍ରଭାବିତ କରିବା ପଛର ଉଦ୍ଦେଶ୍ୟ କଣ ? ବର୍ତ୍ତମାନର ସରପଞ୍ଚ ଏହା ଜାଣିଛନ୍ତି ନା ନାହିଁ ? ଯଦି ଜାଣିଛନ୍ତି ତାହେଲେ ନୀରବ ରହିଛନ୍ତି କାହିଁକି ? ଏସବୁ ଜାଣିବା ପାଇଁ ଆମେ ସରପଞ୍ଚ ହେମନ୍ତ ଭୋଇଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସେ ଭବାନୀପାଟଣା ଯାଉଛି କହି ଖସି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଏଥିପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଉଦ୍ୟାନର ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories