ରାସ୍ତାରେ ମୁକୁଳା ଡ୍ରେନ୍
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ମୁଖ୍ୟ ରାସ୍ତା ଡ୍ରେନ୍ ସଫାକରିବା ପରେ ୧୦ ଦିନ ହେଲା ଖୋଲା ପଡିଛି । ଏଥିଯୋଗୁଁ ଯାନବାହନ ଯିବା ଆସିବାରେ ବହୁତ ଅସୁବିଧା ହେଉଛି । ଏହି ଅବହେଳା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ଡ୍ରେନ ମୁହଁ ଖୋଲା ଥିବାରୁ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ଅଚାନକ ଏହାକୁ ଦେଖିପାରୁନାହାଁନ୍ତି ଯାହା ଫଳରେ ଧନ ଜୀବନ ହାନି ଆଶଙ୍କା ରହୁଛି । ତେଣୁ ଆସନ୍ତାକାଲି ସୁଦ୍ଧା ଏହି ସମସ୍ୟାର ସମାଧାନ କରାନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଣ୍ଟାବାଞ୍ଜି ବିକାଶ ପରିଷଦ ।
Comments are closed.