www.samajalive.in
Thursday, December 11, 2025
16.1 C
Bhubaneswar

ଜର୍ମାନୀକୁ ହରାଇ ସ୍ବିଜରଲାଣ୍ଡ ଚମ୍ପିଆନ

ପର୍ଥ : ଚଳିତବର୍ଷର ବିଶ୍ବ ମିଶ୍ରିତ ଦଳଗତ ଟେନିସ ଟୁର୍ଣ୍ଣାମେଣ୍ଟରେ ସ୍ବିଜରଲାଣ୍ଡ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଏଠାରେ ଖେଳାଯାଇଥିବା ଫାଇନାଲରେ ସ୍ବିଜରଲାଣ୍ଡ ୨-୧ ମ୍ୟାଚରେ ଜର୍ମାନୀକୁ ପରାସ୍ତ କରିଛି। ଏଥରକୁ ମିଶାଇ ସ୍ବିଜରଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ଓ ମୋଟ ଉପରେ ଚତୁର୍ଥ ଥର ପାଇଁ ଏହି ଟାଇଟଲ ଜିତିବାରେ ସଫଳ ହୋଇଛି। ପ୍ରଥମେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‌ସ ମ୍ୟାଚରେ ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ଙ୍କୁ ୬-୪, ୬-୨ ସେଟ୍‌ରେ ପରାସ୍ତ କରି ରୋଜର ଫେଡେରର ସ୍ବିଜରଲାଣ୍ଡକୁ ୧-୦ରେ ଆଗୁଆ କରିଥିଲେ। ତେବେ ମହିଳା ସିଙ୍ଗଲ୍‌ସରେ ଜର୍ମାନୀ ପକ୍ଷରୁ ବିଶ୍ବର ୨ ନମ୍ବର ଖେଳାଳ ି ଆଞ୍ଜେଲିକ୍‌ କର୍ବର ୬-୪, ୭-୬ ସେଟ୍‌ରେ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ପରାସ୍ତ କରି ମୁକାବିଲାକୁ ସମାନ ସ୍ତରକୁ (୧-୧) ଆଣିଥିଲେ। ନିର୍ଣ୍ଣାୟକ ମିକ୍ସଡ ଡବଲ୍‌ସ ମୁକାବିଲାରେ ସ୍ବିଜରଲାଣ୍ଡ ଯୋଡି ଫେଡେରର ଓ ବେନ୍‌ସିକ୍‌ ୪-୦, ୧-୪, ୪-୩ ସେଟ୍‌ରେ ଜେରେଭ ଓ କର୍ବରଙ୍କୁ ପରାସ୍ତ କରି ଦଳକୁ ଚମ୍ପିଆନ କରାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories