ବୁର୍ଲା: ବୁର୍ଲା ଅଶୋକ ନିବାସରେ ରବିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହୀରାକୁଦ ବନ୍ଧର ବରିଷ୍ଠ ଅଧିକାରୀ, ସମ୍ବଲପୁର ଜିଲାପାଳ, ଝାରସୁଗୁଡା ଜିଲା ପ୍ରଶାସନର ଅଧିକାରୀ, ସମ୍ବଲପୁର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା, ବନ୍ଧ ନିର୍ମାଣ ସମୟରେ ବ୍ୟବହାର ନ ହୋଇ ପଡ଼ିଥିବା ଜମିର ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଛି। ହୀରାକୁଦ ଜଲଭଣ୍ଡାରର ଜଳ ପରିଚାଳନା କିପରି ସୁରୁଖୁରୁରେ ହେବ ସେନେଇ ଆଲୋଚନା କରାଯାଇଛି। ସେପଟେ ଛତିଶଗଡ କେଉଁ ସମୟରେ ପାଣି ଛାଡୁଛି, କେତେ ଜଳ ହୀରାକୁଦ ଜଲଭଣ୍ଡାରକୁ ଆସୁଛି ସେନେଇ ମୁଖ୍ୟତଃ ଆଲୋଚନା ହେଇଛି। ସେହିପରି ସହରରେ ବନ୍ୟା ନିୟନ୍ତ୍ରଣ ପାଇଁ କ’ଣ କରାଯାଇଛି ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ସହରରେ ଲାଗିଥିବା ସୁଇସ୍ ଗେଟ୍ ଓ ପମ୍ପିଙ୍ଗ ସେଣ୍ଟରଗୁଡିକ କିପରି ରହିଛି ସେନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ।
Popular Categories



