ହରଭଙ୍ଗାରେ ଶ୍ରମିକ କାର୍ଡ ଯାଞ୍ଚ କାର୍ଯ୍ୟକ୍ରମ
ହରଭଙ୍ଗା : ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ବୌଦ୍ଧ ଶ୍ରମ ନିରୀକ୍ଷକ ସୁଶାନ୍ତ କୁମାର ପାଇକରାୟ ଓ ସହ ଶ୍ରମ ନିରୀକ୍ଷକ ଜ୍ୟୋତି ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଏକ ନିର୍ମାଣ ଶ୍ରମିକ ସଚେତନତା ଶିବିର ଓ ପଞ୍ଜିକରଣ, ନବୀକରଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ନିର୍ମାଣ ଶ୍ରମିକ କାର୍ଡ ପାଇଁ ଆବେଦନ କରିଥିବା ୪ଶହରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ନୂତନ କାର୍ଡ ଅନୁମୋଦନ ପାଇଁ ପ୍ରତ୍ୟକ୍ଷ ଯାଞ୍ଚ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା, ଦିଲୀପ କୁମାର ବସ୍ତିଆ, ଅଶୋକ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।
Comments are closed.