www.samajalive.in
Monday, December 8, 2025
27.1 C
Bhubaneswar

ଚୋରା କବାଟ ଦେଇ ଚାଲିଛି ସିଲ୍‍ କାରଖାନା;ଦୁର୍ଘଟଣାରେ ୭ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗରଠାରେ ଏକ କାରଖାନାରେ ବିସ୍ଫୋରଣ ହେତୁ ୭ଜଣଙ୍କ ମୃତ୍ୟୁ ଘଟଣା ପରେ ଏମସିଡିର ନିଦ ଭାଙ୍ଗିଛି। ତୁରନ୍ତ ଉତ୍ପାଦନ ବନ୍ଦ କରିବାକୁ ପୂର୍ବରୁ ଉକ୍ତ କାରଖାନାରୁ ଏମସିଡି ନୋଟିସ ଜାରି କରିଥିଲେ ମଧ୍ୟ କାରଖାନାକୁ ସିଲ କରାଯାଇ ନଥିଲା ବୋଲି ଏମସିଡି ସ୍ପଷ୍ଟୀକରଣ ଦେଇଛି। ତେବେ ନିକଟରେ ଗଣମାଧ୍ୟମର ହସ୍ତଗତ ହୋଇଥିବା ଏକ ପୁରୁଣା ଅଭିଯୋଗପତ୍ର ଦିଲ୍ଲୀ ଏମସିଡିର ବାସ୍ତବତାକୁ ପ୍ରମାଣିତ କରିଛି। ଏହି ଅଭିଯୋଗ ପତ୍ରରେ ପଶ୍ଚିମ ଦିଲ୍ଲୀର ଏକାଧିକ ସିଲ ପଡ଼ିଥିବା କାରଖାନାରେ ବିଳମ୍ବିତ ରାତିରେ ଚୋରା କବାଟ ବାଟେ ଉତ୍ପାଦନ ହେଉଛି ବୋଲି ଅଞ୍ଚଳର ଡିସିପି, ଦକ୍ଷିଣ ମ୍ୟୁନିସିପାଲ କର୍ପୋରେସନ୍‍ ଓ ସୁପ୍ରିମ କୋର୍ଟର ମନିଟରିଂ କମିଟିକୁ ଅବଗତ କରାଯାଇ ଥିଲା।
ଆରଟିଆଇ କର୍ମକର୍ତ୍ତା ପରମିନ୍ଦର ସିଂହ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସମସ୍ତ ସିଲ ହୋଇଥିବା କାରଖାନାର ବିଦ୍ୟୁତ ବିଲକୁ ତର୍ଜମା କରିବା ପରେ କର୍ମକର୍ତ୍ତା ଏହି କାରଖାନା ସରକାର ସିଲ କରିଥିଲେ ମଧ୍ୟ ଚୋରା କବାଟ ବାଟରେ ତାହା ଚାଲୁଥିବା ପ୍ରମାଣିତ ହୋଇଛି।
ଏ ସମ୍ପର୍କରେ ଗଣମାଧ୍ୟମର ତର୍ଜମାରେ ପଶ୍ଚିମ ଦିଲ୍ଲୀର ଖ୍ୟାଲା, ଚାନ୍ଦ ମଗର, ନସିଂ ଗାର୍ଡ଼େନ, ବିଷ୍ଣୁ ଗାର୍ଡ଼େନର ଇ-ବ୍ଲକ, ଆର-ଜେଡ ବ୍ଲକ ଓ ରବି ନଗରର ସମସ୍ତ ସିଲ କାରଖାନା ରାତିଦିନ ଚାଲିଛି। ବିଷ୍ଣୁ ଗାର୍ଡ଼େନ ଜନବସତି ଅଞ୍ଚଳରେ କିଛି ଲଘୁ କାରଖାନା ନିର୍ବିର୍ଘ୍ନରେ ଚାଲିଥିଲେ ମଧ୍ୟ ଦିଲ୍ଲୀ ଏମସିଡି ନିଦାବିଷ୍ଣୁ ସାଜିଛି। ଡିସେମ୍ବର ୧୪ତାରିଖରୁ ପରମିନ୍ଦର ସିଂହ ଏ ସମ୍ପର୍କରେ ତଥ୍ୟ ଭିତ୍ତିକ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ହେଉ କିମ୍ବା ସହଯୋଗ ବଳରେ ଉକ୍ତ କାରଖାନାରେ ନିରବଚ୍ଛିନ୍ନ ଉତ୍ପାଦନ ଜାରି ରହିଛି।
ସୂଚନା ଯୋଗ୍ୟ, ଗୁରୁବାର ମୋତି ନଗରସ୍ଥିତ ସୁଦର୍ଶନ ପାର୍କଠାରେ ଏଭଳି ଏକ ଅବୈଧ କାରଖାନାରେ କମ୍ପ୍ରେସର ଫାଟିବାରୁ ୭ଜଣ ପ୍ରାଣ ହରାଇ ଥିଲେ। ଏହି କାରଖାନାକୁ ଏମସିଡି ପୂର୍ବରୁ ନୋଟିସ ଜାରି କରିଥିଲେ ମଧ୍ୟ ଅବୈଧଭାବେ ଏଠାରେ ଉତ୍ପାଦନ ଜାରି ରହିଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories