www.samajalive.in
Thursday, December 11, 2025
23.1 C
Bhubaneswar

ଖାଲି ପଡିଥିବା ପଦ ପୁରଣ ନହେଲେ ପଡିବ ତାଲା

କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ ବଣପାହାଡଘେରା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳସ୍ଥିତ ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ମରୁଡି ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ୧୯୮୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ପୂର୍ଣ୍ଣ ସରକାରୀ ଅନୁଦାନପ୍ରାପ୍ତ ସହ ୫-ଟି ରୂପାନ୍ତରୀତ ହୋଇ ଭିତ୍ତିଭୂମିର ବିକାଶ ହୋଇଥିଲେ ହେଁ ମାନବସମ୍ବଳର ପ୍ରକୃତ ବିକାଶ ପାଇଁ ଆବଶ୍ୟକ ଶିକ୍ଷକ ପଦ ଖାଲି ଯୋଗୁଁ ଏବେ ଏହି ବିଦ୍ୟାଳୟରେ ତାଲା ଝୁଲିବାକୁ ଯାଉଛି।

ନବମଶ୍ରେଣୀରେ ୬୫ଜଣ ଓ ଦଶମଶ୍ରେଣୀରେ ୧୨୩ଜଣ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ଷମ ଏହି ବିଦ୍ୟାଳୟରେ ଜଣେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ହିନ୍ଦୀ ଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷାଦାନ। ମୋଟ ୮ଶିକ୍ଷକ ପଦ ମଧ୍ୟରୁ ୬ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ପଦ ଖାଲି ପଡିଥିବା ବେଳେ ଖାଲି ପଡିଥିବା ଶିକ୍ଷକ ପଦ ପୁରଣ ନେଇ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ମୋ ସ୍କୁଲ ଅଭିଯାନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ନିଦାବିଷ୍ଣୁ ସାଜିବା ପରୋକ୍ଷରେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ଝୁଲିବା ନେଇ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି।

- Advertisement -

ଏହି ବିଦ୍ୟାଳୟରେ ୧୧୦ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ କାର୍ଯ୍ୟକ୍ଷମ ଥିବାବେଳେ କାର୍ଯ୍ୟରତ ଦୁଇଜଣ ଶିକ୍ଷକ ଛାତ୍ରାବାସ ପରିଚାଳନା ସହ ମଧ୍ୟାହ୍ନଭୋଜନ ଦାୟିତ୍ୱ ତୁଲାଇବେ ନା ଶ୍ରେଣୀକକ୍ଷରେ ଶିକ୍ଷାଦାନ କରିବେ ସେ ନେଇ ଅନେକ ସମୟରେ କାର୍ଯ୍ୟରତ ଶିକ୍ଷକ ଦ୍ୱୟଙ୍କୁ ଅଡୁଆର ସମ୍ମୁଖୀନ ହେବାକୁ ପଡୁଛି। ଏଭଳିସ୍ଥିତିରେ ଖାଲିପଡିଥିବା ଶିକ୍ଷକ ପଦ ପୁରଣ କରାଯାଇ ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇତିହାସ ଓ ସାହିତ୍ୟ ଆଦି ଶିକ୍ଷାଦାନକୁ ସ୍ୱାଭାବିକ କରାନଗଲେ ଖୁବ୍‌‌ ଶିଘ୍ର ବିଦ୍ୟାଳୟ ମୁଖ୍ୟଫାଟକରେ ତାଲା ପକାଇ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରହ୍ଲାଦ ସାହୁ ଓ ମୋ ସ୍କୁଲ ଅଭିଯାନ ସଭାପତି ବିଜୟ ମାଝୀ ଚେତାବନୀ ଦେଇଛନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories