www.samajalive.in
Friday, December 12, 2025
19.1 C
Bhubaneswar

‘ସେଲ୍‌ଫି ବେବୋ’ ମୃତ୍ୟୁ ମାମଲା ; ୩ ଜିଲା ପୁଲିସର ସମାନ୍ତରାଳ ତଦନ୍ତ, ପ୍ରେମିକ ଅଟକ

ବଲାଙ୍ଗିର/ସମ୍ବଲପୁର : ସେଲଫି ବେବୋ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଅଭିଯୁକ୍ତ ପ୍ରେମିକ ଯୁବରାଜ ସୁନାକୁ ବଲାଙ୍ଗିର ଜିଲା ବେଲପଡ଼ା ପୁଲିସ ଅଟକ ରଖିଛି। ଯୁବରାଜକୁ ଗିରଫ କରି ଆଣିବାକୁ ଝାରସୁଗୁଡ଼ା ପୁଲିସ ଟିମ୍‍ ଆଜି ବେଲପଡ଼ା ଯାଇଛନ୍ତି।
ସେଲଫି ବେବୋ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଏକାଦିକ୍ରମେ ୩ ଜିଲାର ପୁଲିସ ଲାଗିଛନ୍ତି। ସିମ୍ରନଙ୍କ ମୃତଦେହ ମିଳିଥିବା ସ୍ଥାନ ଅନୁସାରେ ବୁର୍ଲା ପୁଲିସ, ଏତଲା ଦାୟର ହୋଇଥିବା ସ୍ଥାନ ଅନୁସାରେ ଝାରସୁଗୁଡ଼ା ପୁଲିସ ଓ ଅଭିଯୁକ୍ତର ବାସସ୍ଥାନ ଅନୁସାରେ ବଲାଙ୍ଗିର ଜିଲା ବେଲପଡ଼ା ପୁଲିସ ନିଜ ନିଜ ସ୍ତରରେ ମାମଲାର ସମାନ୍ତରାଳ ତଦନ୍ତ ଚଳାଇଛନ୍ତି। ଏହି ଘଟଣାରେ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ଓ ଝାରସୁଗୁଡ଼ା ଟାଉନ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।
ସିମ୍ରନ ମହାନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ପୋଲ ଉପରୁ ଫିଙ୍ଗି ଦିଆଯାଇଛି ପୁଲିସ ତାହା ତଦନ୍ତ କରୁଛି। ପାରିପାର୍ଶ୍ବିକ ପରିସ୍ଥିତି ଆଧାରରେ ପୁଲିସ ପ୍ରାଥମିକ ତଦନ୍ତ କରି ସିମ୍ରନ ଆତ୍ମହତ୍ୟା କରିଛନ୍ତି ବୋଲି କହୁଛି। ସେହି ଆଧାରରେ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କିନ୍ତୁ ସିମ୍ରନଙ୍କୁ ଆତ୍ମହତ୍ୟା କରିବା ପାଇଁ କେଉଁ ପରିସ୍ଥିତି ବାଧ୍ୟ କଲା ଓ ସେଥି ପାଇଁ ଦାୟୀ କିଏ; ପୁଲିସ ତାହା ଅନୁଧ୍ୟାନ କରୁଛି। ଯେହେତୁ ଏହା ଏକ ପ୍ରେମ ପ୍ରତାରଣା ଘଟଣା ବୋଲି ଆପାତତଃ ସୂଚନା ମିଳୁଛି ଓ ସିମ୍ରନଙ୍କ ପରିବାର ସିଧାସଳଖ ପ୍ରେମିକ ଯୁବରାଜ ନାମରେ ହତ୍ୟା ଅଭିଯୋଗ କରିଛନ୍ତି; ସେଥି ପାଇଁ ବେଲପଡ଼ା ପୁଲିସ ୟୁବରାଜଙ୍କୁ ଆଜି ଧରିଛି ଓ ଝାରସୁଗୁଡ଼ା ପୁଲିସ ତାକୁ ଆଣିବାକୁ ବେଲପଡ଼ା ଯାଇଛି। ଘଟଣାର ତଦନ୍ତ କରି ଶୁକ୍ରବାର ସକାଳୁ ବେଲପଡ଼ା ପୁଲିସ ଯୁଗ ସୁନାକୁ ଘରୁ ଉଠାଇ ଆଣି ଅଟକ ରଖିଥିବା ଜଣାପଡିଛି। ବେଲପଡ଼ା ପୁଲିସର ଜେରା ବେଳେ ଯୁବରାଜ ସିମ୍ରନଙ୍କ ମୃତ୍ୟୁ ଘଟଣାରେ ତା’ର କୌଣସି ପ୍ରକାର ସଂପୃକ୍ତି ନାହିଁ ବୋଲି କହିଛି। ଅବଶ୍ୟ ଅଭିଯୁକ୍ତ ସତ କହୁଛି ନା ମିଛ, ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବେଲପଡ଼ା ପୁଲିସ କହିଛି।
ସିମ୍ରନଙ୍କ ପରିବାର ଯୁବରାଜର କାକା ରୁକୁ ସୁନାଙ୍କ ପରୋକ୍ଷ ସଂପୃକ୍ତି ପ୍ରତି ଇସାରା କରିଥିବା ବେଳେ ଆଜି ରୁକୁ ସଫେଇ ଦେଇ କହିଛନ୍ତି ଯେ ୟୁବରାଜ ତାଙ୍କ ଦୂର ସଂପର୍କୀୟ ପୁତୁରା। ସେ ଆଗରୁ ତାଙ୍କ ମେଲୋଡି ପାର୍ଟିରେ ନଚାନଚି କରୁଥିଲେ। କିନ୍ତୁ ଏବେ ତାଙ୍କଠାରୁ ସେ ଅଲଗା ହୋଇ ଅନ୍ୟ ମେଲୋଡି ପାର୍ଟିରେ ଅଛନ୍ତି। ତେଣୁ ଯୁବରାଜ ସହିତ ତାଙ୍କର ଆଉ କୌଣସି ସଂପର୍କ ନାହିଁ। ସେହି ଆଧାରରେ ସିମ୍ରନ ମୃତ୍ୟୁ ଘଟଣାରେ ତାଙ୍କୁ ଅଯଥା ଟାଣିଓଟାରି ପୂରା ନ ଯାଉ ବୋଲି ରୁକୁ କହିଛନ୍ତି।
ବୁର୍ଲା ଏସଡିପିଓ ଶିଶୁରଂଜନ ମହାପାତ୍ର କହିଛନ୍ତି ଯେ ଆସନ୍ତାକାଲି ଅର୍ଥାତ ଶନିବାର ବ୍ୟବଚ୍ଛେଦ ରିପୋର୍ଟ ମିଳିଯିବ ବୋଲି ଆଶା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ସିମ୍ରନ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ କିଛିଟା ସହାୟକ ହେବ। ତା’ବାଦ ସିମ୍ରନଙ୍କ ମୋବାଇଲ ଫୋନରେ ସେ କେସିଙ୍ଗା ଛାଡ଼ିବାରୁ ତା’ ପରଦିନ ତାଙ୍କ ଶବ ମିଳିବା ମଧ୍ୟରେ ୧୫୧ଟଇ ମିସ୍‍ଡ କଲ ଓ ୪୬ଟି ମେସେଜ ଆସିଥିଲା। ତେଣୁ ଗତ କିଛି ଦିନ ମଧ୍ୟରେ ତାଙ୍କ ମୋବାଇଲ ଫୋନରେ କାହା କାହା ସହିତ କ’ଣ କ’ଣ କଥା ଲାଗିଛନ୍ତି ତା’ର ବିସ୍ତୃତ ରିପୋର୍ଟ (କଲ ଡିଟେଲ୍‍ସ) ସଂଗ୍ରହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଓ କଲ୍‍ ଡିଟେଲ୍‍ସ ହସ୍ତଗତ ହେଲେ ସିମ୍ରନ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ବେଶି ସମୟ ଲାଗିବ ନାହିଁ ବୋଲି ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories