www.samajalive.in
Friday, December 12, 2025
19.1 C
Bhubaneswar

କନଷ୍ଟେବଳ, ହାବିଲ୍‌ଦାରଙ୍କୁ ତଦନ୍ତ କ୍ଷମତା

ଭୁବନେଶ୍ବର : ପୁଲିସ ବାହିନୀର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ଲାଗି ଫୌଜଦାରୀ ଦଣ୍ଡବିଧି ଆଇନର(ସିଆର୍‌ପିସି)ର ଧାରା ୧୫୭ର କ୍ଷମତା ବଳରେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ୍ ଥିବା କନଷ୍ଟେବଳ ଏବଂ ସିଆଇ(କ୍ରିମିନାଲ୍‌ ଇଣ୍ଟେଲିଜେନ୍ସ) ହାବିଲ୍‌ଦାରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଗ୍ରାଜୁଏଟ୍‌ କନଷ୍ଟେବଳ ଏବଂ ସିଆଇ ହାବିଲ୍‌ଦାରଙ୍କୁ ଗିରଫଦାରି କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ଏକ ​‌େ​‌ରଜଲ୍ୟୁସନ ପ୍ରକାଶ ପାଇଛି। ୩ ବର୍ଷରୁ କମ ଜେଲ୍‌ଦଣ୍ଡ ବିଧାନ ଥିବା ମାମଲାଗୁଡ଼ିକର ତଦନ୍ତଭାର ଗ୍ରାଜୁଏଟ୍‌ କନଷ୍ଟେବଳ ଏବଂ ସିଆଇ ହାବିଲ୍‌ଦାରଙ୍କୁ ପ୍ରଦାନ କରାଯାଇପାରିବ ବୋଲି ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ​‌େ​‌ରଜଲ୍ୟୁସନରେ ଉଲ୍ଲେଖ ରହିଛି। ମାମଲାର ତଦନ୍ତ ସମୟରେ ଯଦି ତଦନ୍ତକାରୀ ଅଧିକାରୀଙ୍କୁ ୩ ବର୍ଷରୁ ଅଧିକ ଦଣ୍ଡବିଧାନ ଥିବା ଅପରାଧର ଆପାତତଃ ପ୍ରମାଣ ମିଳେ ତେବେ ଥାନାର ଇନ୍ସପେକ୍ଟର ଇନ୍‌ଚାର୍ଜ ମାମଲାକୁ ନିଜେ ତଦନ୍ତ କରିବେ ନଚେତ ତଦନ୍ତ କ୍ଷମତା ଥିବା ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ। ଗୃହ ବିଭାଗର ଏହି ନିଷ୍ପତ୍ତି ପ୍ରକାଶ ପାଇବା ପରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହାଦ୍ବାରା ପୁଲିସ ବାହିନୀର କ୍ଷମତା ଅଧିକ ବୃଦ୍ଧି ପାଇବ। ଯେଉଁ ପରିମାଣରେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହି ତୁଳନାରେ ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ବହୁତ କମ ଥିଲା। । ସେଥିପାଇଁ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୮ ଜାନୁଆରୀରେ ପୁଲିସ ମହାନିର୍ଦେଶକମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରି ଫେରିବା ପରେ ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏନେଇ ପୁଲିସ ମୁଖ୍ୟାଳୟରୁ ରାଜ୍ୟ ସରକାରଙ୍କୁ ଗତବର୍ଷ ଜାନୁଆରୀ ୨୭ରେ ପ୍ରସ୍ତାବ ଦିଆଯାଇଥିଲା। ଥାନାଗୁଡ଼ିକରେ ପଡ଼ି ରହିଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହିତ ତଦନ୍ତ ଗୁଣାତ୍ମକ ହେବ ବୋଲି ମହାନିର୍ଦେଶକ ଡା. ଶର୍ମା କହିଛନ୍ତି।
ଗ୍ରାଜୁଏଟ୍‌ କନଷ୍ଟେବଳ ଏବଂ ସିଆଇ ହାବିଲ୍‌ଦାରଙ୍କ ତଦନ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ ରଖିବା ସହିତ ସେଥିରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପାଇଁ ଥାନାର ଓଆଇସି/ଆଇଆଇସି ମାମଲାର ତଦାରଖ କରିବେ। ବିଭିନ୍ନ ଥାନାରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନଷ୍ଟେବଳଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯିବା ପୂର୍ବରୁ ସେମାନଙ୍କୁ ଏନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ରାଜ୍ୟ ପୁଲିସ ବାହିନୀର ରହିଥିବା କ୍ଷମତାପ୍ରାପ୍ତ ଅନୁଷ୍ଠାନରୁ ୩୦ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ପରେ ସେମାନଙ୍କୁ ଥାନାରେ ୪୫ ଦିନ ପାଇଁ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯିବ। ତେବେ ଏହି ପ୍ରଶିକ୍ଷଣ ପରେ ସେମାନେ ଯେ ତଦନ୍ତ କରିବାକୁ ସକ୍ଷମ ହେବେ ତାହା ନୁହେଁ, ପ୍ରଶିକ୍ଷଣପ୍ରାପ୍ତ ଗ୍ରାଜୁଏଟ୍‌ କନଷ୍ଟେବଳ ଏବଂ ସିଆଇ ହାବିଲ୍‌ଦାରଙ୍କୁ ଏନେଇ ଏକ ପରୀକ୍ଷା ଦେବାକୁ ହେବ। ଡିଜି ଏବଂ ଆଇଜିଙ୍କ ଦ୍ବାରା ଧାର୍ଯ୍ୟ ପାଠ୍ୟକ୍ରମ ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଗ୍ରାଜୁଏଟ୍‌ କନଷ୍ଟେବଳ ଓ ସିଆଇ ହାବିଲ୍‌ଦାରଙ୍କୁ ଏହି କ୍ଷମତା ପ୍ରଦାନ କରାଯିବ। ତଦନ୍ତ କ୍ଷମତା ପାଇବା ଗ୍ରାଜୁଏଟ୍‌ କନଷ୍ଟେବଳ ଏବଂ ସିଆଇ ହାବିଲ୍‌ଦାରଙ୍କୁ ଆର୍ଥିକ ଓ ସରକାରୀ ସେବାରେ ଅଧିକ କୌଣସି ପ୍ରୋତ୍ସାହନ ମିଳିବ ନାହିଁ ବୋଲି ପ୍ରକାଶିତ ​‌େ​‌ରଜଲ୍ୟୁସନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ଯୋଗ୍ୟ କନଷ୍ଟେବଳ ଓ ହାବିଲ୍‌ଦାର ଆଇପିସିର ଧାରା ୨୭୭, ୨୭୯, ୨୮୦, ୨୮୨, ୨୮୩, ୨୮୪,୨୮୫, ୨୮୬, ୨୮୭, ୨୮୮, ୨୮୯, ୨୯୧, ୨୯୨, ୨୯୨(କ), ୨୯୪, ୩୦୪(କ), ୩୧୮, ୩୨୪, ୩୩୬, ୩୩୭, ୩୩୮, ୩୪୧, ୩୪୨, ୩୪୩, ୩୪୪,୩୪୫, ୩୪୬, ୩୪୭, ୩୪୮, ୩୫୬, ୩୫୭, ୩୭୯(୩୦ ହଜାରରୁ କମ୍‌ ଟଙ୍କା), ୪୪୭, ୪୪୮ ଏବଂ ୪୫୩। ସେହିପରି ଓଡ଼ିଶା ଗାମ୍ବିଲିଂ ଆକ୍ଟ-୧୯୯୫ ଏବଂ ଓଡ଼ିଶା ଫାୟାର-ୱାର୍କସ୍ ଆଣ୍ଡ୍‌ ଲାଉଡ୍‌ ସ୍ପିକର ଆକ୍ଟ-୧୯୫୮ରେ ରୁଜୁ ମାମଲାଗୁଡ଼ିକର ତଦନ୍ତ କରିବେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories