କଣାସ : କଣାସ ବ୍ଲକ ଅଧୀନ ଗଡସାନପୁଟ ଗ୍ରାମ ପଞ୍ଚାୟତର ଲୋକାପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଭାତରୁ ମଲା ଝିଟିପିଟି ବାହାରିବାରୁ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇ ନ ଥିଲେ। ଖାଦ୍ୟଗୁଡିକୁ ରଖାଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବରାଳ ଜଣାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବରାଳଙ୍କଠାରୁ ପ୍ରକାଶ ପୁରୀ ଅକ୍ଷୟପାତ୍ର ଫାଉଣ୍ଡେସନ୍ ପକ୍ଷରୁ ପ୍ରତ୍ୟେକ ଦିନ ଉକ୍ତ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତକାଲି ମଧ୍ୟ ମଧ୍ୟାହ୍ନଭୋଜନ ଖାଦ୍ୟ ଯୋଗାଇ ଦିଆଯାଇଥିଲା।
ସ୍କୁଲରେ ୯୦ ଜଣ ପିଲା ଥିବାବେଳେ ମଧ୍ୟାହ୍ନରେ ସେମାନଙ୍କୁ ଭାତ ପରସା ଯାଉଥିବାବେଳେ ସହାୟିକା ଭାତରେ ମଲା ଝିଟିପିଟି େଦଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ସେତେବେଳକୁ ୬ ଜଣ ପିଲାଙ୍କୁ ଭାତ ପରସା ଯାଇ ସାରିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ନ ଖାଇବା ପାଇଁ କହିବା ସହିତ ନିଜ ମୋବାଇଲରୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ଖବର ହ୍ୱାଟସଆପ୍ ମାଧ୍ୟମରେ ପଠାଇଦେଇଥିଲେ। ଏ.ବି.ଓ ମୀନକେତନ ସାମନ୍ତରାୟଙ୍କୁ ଜଣାଇବା ସହିତ ଖାଦ୍ୟ ଯୋଗାଉଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍ କର୍ମକର୍ତ୍ତାଙ୍କୁ ମଧ୍ୟ ଜଣାଇଥିଲେ। ଖବରପାଇ ଅକ୍ଷୟପାତ୍ର ଫାଉଣ୍ଡେସନର ଦୁଇଜଣ କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି ଯେଉଁ ଖାଦ୍ୟ ପରୀକ୍ଷା ପାଇଁ ନେଇଯାଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ପ୍ରକାଶ। ଏ ସଂପର୍କରେ କଣାସ ମଣ୍ଡଳ ଶିକ୍ଷାଧିକାରୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଆଜି କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲି। ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଥିଲେ।
ମଧ୍ୟାହ୍ନଭୋଜନ ଖାଦ୍ୟରେ ଝିଟିପିଟି
Popular Categories



