www.samajalive.in
Friday, December 12, 2025
17.1 C
Bhubaneswar

ମଧ୍ୟାହ୍ନଭୋଜନ ଖାଦ୍ୟରେ ଝିଟିପିଟି

କଣାସ : କଣାସ ବ୍ଲକ ଅଧୀନ ଗଡସାନପୁଟ ଗ୍ରାମ ପଞ୍ଚାୟତର ଲୋକାପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଭାତରୁ ମଲା ଝିଟିପିଟି ବାହାରିବାରୁ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇ ନ ଥିଲେ। ଖାଦ୍ୟଗୁଡିକୁ ରଖାଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବରାଳ ଜଣାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବରାଳଙ୍କଠାରୁ ପ୍ରକାଶ ପୁରୀ ଅକ୍ଷୟପାତ୍ର ଫାଉଣ୍ଡେସନ୍ ପକ୍ଷରୁ ପ୍ରତ୍ୟେକ ଦିନ ଉକ୍ତ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତକାଲି ମଧ୍ୟ ମଧ୍ୟାହ୍ନଭୋଜନ ଖାଦ୍ୟ ଯୋଗାଇ ଦିଆଯାଇଥିଲା।
ସ୍କୁଲରେ ୯୦ ଜଣ ପିଲା ଥିବାବେଳେ ମଧ୍ୟାହ୍ନରେ ସେମାନଙ୍କୁ ଭାତ ପରସା ଯାଉଥିବାବେଳେ ସହାୟିକା ଭାତରେ ମଲା ଝିଟିପିଟି ​‌େଦଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ସେତେବେଳକୁ ୬ ଜଣ ପିଲାଙ୍କୁ ଭାତ ପରସା ଯାଇ ସାରିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ନ ଖାଇବା ପାଇଁ କହିବା ସହିତ ନିଜ ମୋବାଇଲରୁ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ଖବର ହ୍ୱାଟସଆପ୍ ମାଧ୍ୟମରେ ପଠାଇଦେଇଥିଲେ। ଏ.ବି.ଓ ମୀନକେତନ ସାମନ୍ତରାୟଙ୍କୁ ଜଣାଇବା ସହିତ ଖାଦ୍ୟ ଯୋଗାଉଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍ କର୍ମକର୍ତ୍ତାଙ୍କୁ ମଧ୍ୟ ଜଣାଇଥିଲେ। ଖବରପାଇ ଅକ୍ଷୟପାତ୍ର ଫାଉଣ୍ଡେସନର ଦୁଇଜଣ କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି ଯେଉଁ ଖାଦ୍ୟ ପରୀକ୍ଷା ପାଇଁ ନେଇଯାଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ପ୍ରକାଶ। ଏ ସଂପର୍କରେ କଣାସ ମଣ୍ଡଳ ଶିକ୍ଷାଧିକାରୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଆଜି କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲି। ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories