୨ୟ ଟି-୨୦: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଗିଲ୍ଙ୍କ ସ୍ଥାନରେ ସଞ୍ଜୁ ସାମିଲ
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମ୍ୟାଚ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ୨ୟ ମ୍ୟାଚରୁ ବାଦ୍ ଦିଆଯାଇଛି। ପିଠିରେ ଆଘାତ ଯୋଗୁ ତାଙ୍କୁ ଏହି ମ୍ୟାଚରୁ ବାହାର କରାଯାଇଛି। ଗିଲ୍ଙ୍କ ସ୍ଥାନରେ ସଞ୍ଜୁ ସାମସନ୍ଙ୍କୁ ସୁଯୋଗ ଦିଆଯାଇଛି। ରବିବାର ୨ୟ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଙ୍କୁ ତା’ର ଘରୋଇ ମାଟିରେ ପରାଜିତ କରି ୨-୧ରେ ଆଗୁଆ ରହିଛି। ୨ୟ ମ୍ୟାଚ ଜିତି ଭାରତ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି।
Comments are closed.