www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ମାମଲା: ୮ଜଣିଆ କମିଟି ଗଠନ ସହ ରିପୋର୍ଟ ଦାଖଲ ପାଇଁ ଜିଲା ପ୍ରଶାସନକୁ ନିର୍ଦେଶ

କେନ୍ଦୁଝରଗଡ଼: ଦୀର୍ଘ ବର୍ଷାଧିକ ସମୟ ଧରି ରାଜ୍ୟର ଅନ୍ୟତମ ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ବାଟ ଫିଟୁ ପାରୁନି । ହାଇକୋର୍ଟଙ୍କ ସ୍ପଷ୍ଟ ନିଦେ୍ର୍ଦଶ ମୁତାବକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଆଇଜିଆର କଟକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲେ ହେଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବ ନେଇ ସଂଘ ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସାଧାରଣ ନିର୍ବାଚନ ଦୃଷ୍ଟିରୁ ସଂଘ ନିର୍ବାଚନ ବିଳମ୍ବକୁ ସଂଘ ସଦସ୍ୟ ଅଣଦେଖା କରି ଆସୁଥିଲେ ହେଁ ସାଧାରଣ ନିର୍ବାଚନ ଶେଷ ହେବାପରେ ତୁରନ୍ତ ସଂଘ ନିର୍ବାଚନ ନେଇ ସଂଘ ପକ୍ଷରୁ ଜିଲା ପ୍ରଶାସନ ଓ ଆଇଜିଆରଙ୍କ ନିକଟରେ ଫେରାଦ ପରେ ନିର୍ବାଚନ ନେଇ ଏବେ ନିଦ ଭାଙ୍ଗିଛି । ଫଳସ୍ୱରୂପ ଆଇଜିଆର କଟକ ଚିଠି ନଂ ୩୨୨୮ ତା ୨୬/୦୭/୨୦୨୪ରିଖ ଯୋଗେ ସଦସ୍ୟ ତାଲିକାରୁ ବାଦ୍‌ ପଡିଥିବା ୨୦୩ଜଣ ନୂତନ ସଦସ୍ୟଙ୍କ ନାମ ତାଲିକାରେ ସାମିଲ କରି ତୁରନ୍ତ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗଙ୍କୁ ଚିଠି ଲେଖି ଜଣାଇଛନ୍ତି ।

- Advertisement -

ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଛ ଭାବେ ଅନୁଷ୍ଠିତ କରିବା ନିମନ୍ତେ ସଂଘ ଜୋନୱାରୀ ସଦସ୍ୟ ତାଲିକା ପ୍ରସ୍ତୁତ ନିମନ୍ତେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିଭଳି ଆଇଜିଆର କଟକ ଚିଠି ନଂ ୩୨୩୨ ତା ୨୬/୦୭/୨୦୨୪ରିଖ ଯୋଗେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ, ଜିଲା ଉପନିବନ୍ଧକ କେନ୍ଦୁଝର, ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝର, କେନ୍ଦୁଝର ଉପଜିଲାପାଳ, ଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ, ଉପନିବନ୍ଧକ ଆନନ୍ଦପୁର, ଆନନ୍ଦପୁର ଉପଜିଲାପାଳ ଏବଂ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ମିଶାଇ ଏକ ୮ଜଣିଆ କମିଟି ଗଠନ କରି ସମ୍ପୃକ୍ତ ଅଧିକାରୀଙ୍କ ନାମ ଓ ମୋବାଇଲ ନମ୍ବର ସହ ଆଇଜିଆରଙ୍କ ନିକଟକୁ ଅବଗତ କରିବାକୁ କେନ୍ଦୁଝର ଜିଲାପାଳଙ୍କୁ ଅନୁରୋଧ କରାଯାଇଛି ।

ଏହି ୮ଜଣିଆ କମିଟି ଗଠନ ସହ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପରେ ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହେବାନେଇ ସଂଘ ସଦସ୍ୟ ବେଶ୍‌ ଆଶାବାଦୀ ଅଛନ୍ତି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories