www.samajalive.in
Tuesday, December 9, 2025
15.1 C
Bhubaneswar

ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଯୋଗାଣ ମନ୍ତ୍ରୀ ; କହିଲେ ସାମ୍ପୁଲ ପରୀକ୍ଷା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗୋପ : ଶନିବାର ଗୋପ ବ୍ଲକ ଅଧିନ ଶାରଡ଼ା ସ୍ଥିତ ଘରୋଇ ଦୁଗ୍ଧ କମ୍ପାନୀ ମିଲ୍କ ମୁଁରେ ଅଚାନକ ଚଢ଼ାଉ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସୂଚନା ମୁତାବକ ଏହି ଘରୋଇ ଦୁଗ୍ଧ କମ୍ପାନୀରେ ନିମ୍ନ ମାନର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ କରିବା ଓ ପରିବେଶ ପ୍ରଦୂଷଣ କରୁଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଶନିବାର ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଚାନକ ଗୋପ ବ୍ଲକ ଅଧିନ ସାରଡ଼ା ସ୍ଥିତ ଏହି ଦୁଗ୍ଧ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ପରିଦର୍ଶନ କରି ଦୁଗ୍ଧଜାତ ଉତ୍ପାଦିତ ସାମଗ୍ରୀର ମାନ ସଂଗ୍ରହ କରିଛନ୍ତି । ଫ୍ୟାକ୍ଟ୍ରି ଦ୍ୱାରା ପ୍ରଦୂଷଣ ଅଭିଯୋଗ ପ୍ରମାଣିତ ହେଲେ ବା ଉତ୍ପାଦିତ ସାମଗ୍ରୀର ମାନ ପରୀକ୍ଷାରେ ଠିକ ନଥିଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଅପରପକ୍ଷେ କୋୖଣସି ନିମ୍ନମାନର ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ କିମ୍ବା ବିକ୍ରି କରାଯାଉ ନାହିଁ ବୋଲି କହି କଥାକୁ କମ୍ପାନୀ ସାଧାରଣ ପରିଚାଳକ ରବୀନ୍ଦ୍ର ମହାରଣା ଖଣ୍ଡନ କରିଛନ୍ତି।

ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories