www.samajalive.in
Saturday, December 6, 2025
16.1 C
Bhubaneswar

ଏୟାରଟେଲ ଲଞ୍ଚ କଲା ୭୬ଟଙ୍କାର ପ୍ଲାନ

ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ନିଜର ଏକ ରିପୋର୍ଟ ଜାରି କରିଥିଲେ। ଯେଉଁ ରିପୋର୍ଟ ଅନୁସାରେ ୨୦୧୮ରେ ଏୟାରଟେଲ, ଭୋଡାଫୋନ ଏବଂ ଆଇଡିଆକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିଛି। ମାତ୍ର ଜିଓ ଏବଂ ବିଏସଏନଏଲ ଅଧିକ ଭଲ ବ୍ୟାବସାୟ କରିଛନ୍ତି। ଖବର ଅନୁସାରେ, ଜିଓର ଗ୍ରାହକଙ୍କ ସଂଖ୍ୟା ଅକ୍ଟୋବର ପୂର୍ବରୁ ୨୫.୨୨କୋଟି ଥିଲା। ଯାହା ବର୍ତ୍ତମାନ ୨୬.୨୭କୋଟିରେ ପହଞ୍ଚିଛି। ମାତ୍ର ସୂଚନାମୁତାବକ ଏୟାରଟେଲର ୧୮.୬୪ଲକ୍ଷ ଗ୍ରାହକ ଏୟାରଟେଲର ଶେବା ଛାଡିଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା ଏୟାରଟେଲର ସମୁଦାୟ ଗ୍ରାହକ ସଂଖ୍ୟା ୩୪.୧୬କୋଟି ରହିଛି। ଏହିଭଳି ସ୍ଥିତିରେ ଏୟାରଟେଲ ତାର ଗ୍ରାହକ ମାନଙ୍କ ପାଇଁ ୭୬ଟଙ୍କାର ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନରେ ୭୬ଟଙ୍କା ରିଚାର୍ଜ କରିବାଦ୍ୱାରା ୨୬ଟଙ୍କାର ଟକଟାଇମ ମିଳିବ। ଯାହାର ବୈଧତା ୨୮ଦିନ। ଏହି ପ୍ଲାନରେ ୧୦୦ଏମବିର ଇଣ୍ଟରନେଟ ଡାଟା ପାଇପାରିବେ। ଏହାସହିତ ୬୦ପଇଷା ଦରରେ ଲୋକାଲ ଏବଂ ଏସଟିଡି କଲ କରିପାରିବେ। ଏହି ପ୍ଲାନ ୨ଜି/୩ଜି/୪ଜିର ସମସ୍ଥ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। କିନ୍ତୁ ଜାଣିରଖନ୍ତୁ ଏହି ଫ୍ଲାନ କେବଳ ଏୟାରଟେଲର ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଯେଉଁ ଗ୍ରାହକ ମାନେ ଏ୍ରୟାରଟେଲର ନୂଆ ସିମ୍‍ କିଣିବେ ସେମାନେ ଏହି ପ୍ଳାନର ସୁବିଧା ନେଇପାରିବେ।ଏୟାରଟେଲର ପୁରୁଣା ଗ୍ରାହକ ଏହି ଶେବାର ସୁବିଧା ଉଠାଇପାରିବେ ନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories