www.samajalive.in
Saturday, December 6, 2025
16.1 C
Bhubaneswar

ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଏଣିକି ବିନା ରିଚାର୍ଜରେ ବି ମିଳିବ ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏକ ନୂଆ ବିକଳ୍ପ ଆଣିଛି ଜିଓ। ଏଥି​‌ରେ ଆପଣ ବିନା ପେମେଣ୍ଟରେ ମଧ୍ୟ ଡାଟା ପାଇପାରିବେ। ଏହା ସାହାଯ୍ୟରେ ବ୍ରାଉଜିଂ, ଭିଡିଓ ଷ୍ଟ୍ରିମିଂ ଏବଂ ଅନଲାଇନ୍ ସପିଂ କରିପାରିବେ। ଏବେ ଉପଭୋକ୍ତାଙ୍କୁ ୨ଜିବି, ୨.୫ଜିବି ଏବଂ ୩ଜିବି ପର୍ଯ୍ୟନ୍ତ ଦୈନିକ ଡାଟା ଦିଆଯାଉଛି। ତଥାପି ଉପଭୋକ୍ତାଙ୍କର ଅତିରିକ୍ତ ଡାଟାର ଚାହିଦା ରହୁଛି। ଟେଲିକମ୍ କମ୍ପାନୀଗୁଡ଼ିକ ପକ୍ଷରୁ ଅତିରିକ୍ତ ଡାଟା ପ୍ୟାକ୍ ମଧ୍ୟ ଦିଆଯାଉଛି। କିନ୍ତୁ ଜିଓ ଏହାର ଉପଭୋକ୍ତାଙ୍କୁ ଡାଟା ଲୋନ୍ ପ୍ରଦାନ କରୁଛି। ଯଦି ଆପଣ ଡାଟା ଲୋନ୍ ନେଉଛନ୍ତି, ତେବେ ଆପଣଙ୍କୁ ତୁରନ୍ତ କୌଣସି ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଏଭଳି ସ୍ଥିତିରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ ନାହିଁ ଏବଂ ସବୁ କାମ ମଧ୍ୟ ତୁରନ୍ତ ହୋଇଯିବ। ଅତିରିକ୍ତ ଡାଟା ଆବଶ୍ୟକତାକୁ ମଧ୍ୟ ଏହା ପୂରଣ କରେ। ଏହା ବ୍ୟତୀତ ଆପଣ ପରବର୍ତ୍ତୀ ସମୟରେ ଲୋନ୍ ପେମେଣ୍ଟ କରିପାରିବେ।

ଜିଓ ଡାଟା ଲୋନ୍‌-

- Advertisement -

ସର୍ବପ୍ରଥମେ ଆପଣଙ୍କୁ ନିଜ ସ୍ମାର୍ଟଫୋନ୍‌ରେ My Jio ଆପ୍ ଡାଉନଲୋଡ୍‌ କରିବାକୁ ପଡ଼ିବ। ବାମ ପାର୍ଶ୍ୱରେ ଆପଣଙ୍କୁ ମେନ୍ୟୁ ଆଇକନ୍ ମିଳିବ। ଏଠାରେ ଡାଟା ଲୋନ୍ ବିଭାଗ ଖୋଜିବାକୁ ପଡ଼ିବ। ଏଥିରେ ରିକ୍ଵେଷ୍ଟ ଡାଟା ଉପରେ କ୍ଲିକ୍ କରିବାକୁ ପଡ଼ିବ। ପ୍ରୋସିଡ୍‌ କରିବା ପରେ ଆପଣଙ୍କୁ ଜରୁରୀକାଳୀନ ଡାଟା ମିଳିଯିବ। ଏହା ସାହାଯ୍ୟରେ ଡାଟା ପରିମାଣ ବୃଦ୍ଧି ପାଇବ। ଅନଲାଇନ୍ ପେମେଣ୍ଟ ପଦ୍ଧତି ସାହାଯ୍ୟରେ ଏହା କରିବା ଆପଣଙ୍କ ପାଇଁ ସହଜ ହୋଇଯାଏ। ଯଦି ଆପଣ ମଧ୍ୟ ଡାଟା ଲୋନ୍‌ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ପୁରୁଣା ବିଲ୍ ପୈଠ ହୋଇଥିବା ଆବଶ୍ୟକ। ଯଦି ଏହା ନହୁଏ ତେବେ ଡାଟା ଲୋନ୍‌ ରିକ୍ଵେଷ୍ଟ ବାତିଲ ମଧ୍ୟ ହୋଇପାରେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories