www.samajalive.in
Wednesday, December 10, 2025
18.1 C
Bhubaneswar

ଗ୍ୟାସପାଇପ ଲାଇନରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଭଡା ଘରେ ରହି ଆସୁଥିବା ଗ୍ୟାସ ପାଇପ ଲାଇନରେ କାର୍ଯ୍ୟରତ ଶ୍ରମିକ ରଞ୍ଜନ କୁମାର ରଏ (୨୨)ମୃତ୍ୟୁ ହୋଇଥିବା ଜଣାପଡିଛି। ଉକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଗେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ତରଫରୁ ଗ୍ୟାସ ପାଇପ ଲାଇନ ବିଛା ଚାଲୁରହିଛି।
ସେ ଦୁଇ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡ଼ିସିନ ଖାଉ ଥିଲେ। ଗତକାଲି ଭୀଷଣ ଦେହ ଖରାପ ହୋଇଥିବାରୁ ରଞ୍ଜନକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଠାରେ ଡାକ୍ତର ରଞ୍ଜନର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଏହାକୁ ନେଇ ପୁଲିସ ଏସଆଇ ଶିଵ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆଜି ସକାଳୁ ଶବ ବ୍ୟବଚ୍ଛେଦ କରି ସାଥୀ ଶ୍ରମିକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ଯୁବକ ବିହାର ରାଜ୍ୟ ମୁଝାଫାର ଜିଲାର ପତ୍ତି ଅଶ୍ୱରୀ ଅଧୀନସ୍ଥ ଉଜାରୀ ଠିକାହାନ ଗ୍ରାମର ରାଧେ ରଏଙ୍କ ପୁଅ ବୋଲି ଜଣାପଡିଛି । ଏଯାଏଁ ଗେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର କୌଣସି କର୍ମଚାରୀ ପହଞ୍ଚିନଥିବା ଜଣାପଡିଛି।

୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ..

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories