www.samajalive.in
Sunday, December 7, 2025
16.1 C
Bhubaneswar

ପୁଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ, ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି

ଆଠଗଡ : ଆଠଗଡ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି କରିଥିବା ଦେଖାଯାଇଛି । ରବିବାର ବିଳମ୍ବିତ ରାତିରେ ଠିକ୍ ଥାନା ସମ୍ମୁଖରେ ଥିବା ବହୁ ପୁରାତନ ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତିଙ୍କ ମନ୍ଦିରର ଚାରୋଟି ତାଲା ଭାଙ୍ଗି ଚୋରମାନେ ମା’ଙ୍କର କିଛି ସୁନାରୂପା ଅଳଙ୍କାର ସମେତ ନଗଦ ପ୍ରାୟ ୫-୬ ହଜାର ଟଙ୍କା ଲୁଟ କରିବାର ୨୪ ଘଣ୍ଟା ମଧ୍ୟରେ ବୀରକିଶୋରପୁର ମୈତ୍ରୀନଗରସ୍ଥିତ ବାହାଣ୍ଟା ବନଦୁର୍ଗା ମନ୍ଦିରରୁ ଏକାଧିକ ତାଲା ଭାଙ୍ଗି ଲୁଟ କରିଛନ୍ତି । ବାଉତି ମନ୍ଦିର ଚୋରି ପରେ କଟକରୁ ସନ୍ଧାନୀ କୁକୁର ସହିତ ପୁଲିସ ବିଜ୍ଞାନୀ ଦଳ ଆସି ତଦନ୍ତ କରିଥିଲେ ମଧ୍ୟ ପୁଲିସକୁ କିଛି ସୁରାକ ମିଳିପାରିନାହିଁ ।

ପୁଣି ସୋମବାର ବିଳମ୍ବିତ ରାତିରେ ମୈତ୍ରୀନଗର ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଗଢି ଉଠିଥିବା ବାହାଣ୍ଟା ବନଦୁର୍ଗା ମନ୍ଦିରର ଦୁଇଟି ତାଲା ଭାଙ୍ଗି ଚୋରମାନେ ମାଙ୍କର ପ୍ରାୟ ୫ ଗ୍ରାମର ସୁନା ଅଳଙ୍କାର ସହିତ ୧୦୦ ଗ୍ରାମରୁ ଉର୍ଦ୍ଧ୍ବ ଓଜନର ରୂପା ଅଳଙ୍କାର, ବହୁ ପିତ୍ତଳ ଘଣ୍ଟ, ଘଣ୍ଟି ଏବଂ ପ୍ରାୟ ୩୦ଟି ନୂଆ ଶାଢ଼ୀ ସହିତ ଦାନବାକ୍ସରେ ଥିବା ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିରର ପୂଜକ ଅରୁଣ କୁମାର ପରମାଣିକଙ୍କ ସମେତ କେତେକ ଶ୍ରଦ୍ଧାଳୁ ଏ ସମ୍ପର୍କରେ ଲିଖିତ ଏତଲା ଦେବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ଏହା ଗୋଟିଏ ଲୁଟିଆ ଗ୍ୟାଙ୍ଗର କାମ ହୋଇଥିବା ଆଶଙ୍କା କରି ପୁଲିସ ଜୋରସୋର ତଦନ୍ତ ଆରମ୍ଭ କରିଛି ଏବଂ ଖୁବଶୀଘ୍ର ଏହି ଗ୍ୟାଙ୍ଗକୁ ଧରାଯିବ ବୋଲି ଆଇଆଇସି ମୁଦୁଲି ପ୍ରକାଶ କରିଛନ୍ତି ।

ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲା – ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories