ମୁମ୍ବଇ : ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ରରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଯୁଦ୍ଧ ଜାହାଜଟି ବ୍ୟାପକ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଏହା ସହିତ ଜାହାଜରେ ମୁତୟନ ଥିବା ଜଣେ କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ଅଗ୍ନିକାଣ୍ଡ ଘଟଣା ଉପରେ ଭାରତୀୟ ନୌସେନା ତଦନ୍ତ ନିର୍ଦେଶ ଦେଇଛି। ନୌସେନାର କହିବା ଅନୁଯାୟୀ ମୁମ୍ବଇର ନାଭାଲ ଡକୟାର୍ଡରେ ଯୁଦ୍ଧ ଜାହାଜର ମରାମତି କାର୍ଯ୍ୟ ଚାଲିଥିବାବେଳେ ସୋମବାର ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନାଭାଲ ଡକୟାର୍ଡର ଅଗ୍ନିଶମ ବାହିନୀ, ଜାହାଜ କର୍ମଚାରୀ ଓ ଅନ୍ୟ ଜାହାଜର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ନିଆଁକୁ ଆୟତ୍ତ ପରେ ସଫେଇ ଓ ଅନ୍ୟାନ୍ୟ ପ୍ରତିକାର ମୂଳକ ପଦକ୍ଷେପ ନିଆଯାଇଛି।
Popular Categories



