ବାରିପଦା: ବାରିପଦା ଖୁଣ୍ଟା ଥାନା ବାଲିଯୋଡା ଗାଁରେ ସ୍ଵାମୀର ବର୍ବରକାଣ୍ଡ। ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ ବାଲିଯୋଡା ଗାଁର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂଙ୍କୁ ବିବାହ କରିଥିଲେ। ଅନେକ ସମୟରେ ଶୁକଦେବ ମଦ୍ୟପାନ କରି ଆସି କୁନିମଣିଙ୍କ ସହ ବଚସା କରୁଥିଲେ। ସୋମବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟ କୌଣସି ପାରିବାରିକ କଥାକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁକଦେବ କୁନିମଣିଙ୍କୁ ପଥରେ ଛେଚି ହତ୍ୟା କରିଥିଲେ। ଘଟଣା ଘଟିବା ପରେ ଶୁକଦେବ ଘରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସ୍ କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଆଜି ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାପଡିଛି।
Popular Categories



