www.samajalive.in
Saturday, December 6, 2025
16.1 C
Bhubaneswar

ନୀଳାଦ୍ରିପୁର କାଠ ପୋଲ ସମସ୍ୟା ବୁଲି ଦେଖିଲେ ବିଧାୟକ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରୀପୁର ଗ୍ରାମ ନିକଟରେ ସାହେବ କେନାଲ ଉପରେ ଦୀର୍ଘ ଦିନ ହେଲା ରହିଛି ଏକ ବିପଦପୂର୍ଣ୍ଣ କାଠ ପୋଲ। ଉକ୍ତ କାଠ ପୋଲ ଉପରେ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବିପଦସଂକୁଳ ଭାବେ ଯିବାଆସିବା କରୁଛନ୍ତି। ଏହି ସମସ୍ୟାର ସମାଧାନ ନେଇ ଛତ୍ରପୁରର ନବ ନିର୍ବାଚିତ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପରିଦର୍ଶନରେ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ। ବିଧାୟକ ଶ୍ରୀ ନାୟକ ଏନେଇ ଉକ୍ତ ସ୍ଥାନରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ଏହାର କିଭଳି ସମାଧାନ ହୋଇପାରିବ ସେ ବିଷୟରେ କଥାବାର୍ତ୍ତା ହୋଇଥିଲେ।

ସୂଚନାଯୋଗ୍ୟ, ପାଲୁରୁ ସାହେବ କେନାଲ ପାର୍ଶ୍ୱରେ ନୀଳାଦ୍ରୀପୁର ଗ୍ରାମ ରହିଛି। ଗ୍ରାମରେ କାଠ ପୋଲ ଉପରେ ଅପର ପାର୍ଶ୍ୱରେ ୩୦ ପରିବାର ଯାତାୟତ ପାଇଁ ନିର୍ଭରଶୀଳ। ବିଭିନ୍ନ କାର୍ଯ୍ୟରେ ମଧ୍ୟ ଉଭୟ ପାର୍ଶ୍ୱର ଲୋକେ ଉଭୟ ପାର୍ଶ୍ବକୁ ଏହି ବିପଦପୂର୍ଣ୍ଣ କାଠ ପୋଲ ଉପରେ ଯିବାଆସିବା କରିଥା’ନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ହୋଇଥିବା ଉକ୍ତ ପୋଲ ଉପରେ ଛୋଟ କୋମଳମତି ଶିଶୁ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଶତାଧିକ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ରାତି ସମୟରେ ସବଠୁ ବଡ଼ ବିପଦ ଅବସ୍ଥାରେ ଲୋକେ ଯାତାୟତ କରିଥା’ନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ କହିଛନ୍ତି।

- Advertisement -

 

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories