www.samajalive.in
Tuesday, December 9, 2025
17.1 C
Bhubaneswar

ପୁଲିସ୍‌କୁ ଧକ୍କା ମାରି ଅଦାଲତରୁ ଚମ୍ପଟ ମାରିଲା ଦୁଷ୍କର୍ମକାରୀ ଅଭିଯୁକ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ପୋସ୍‌କୋ ଅଦାଲତରୁ ଶନିବାର ଜଣେ କଏଦୀ ଚମ୍ପଟ ମାରିଛି। ସ୍ଥାନୀୟ ପୋସ୍‌କୋ ଅଦାଲତରେ ମକଦ୍ଦମା ଚାଲିଥିବା ବେଳେ ସୁକାନ୍ତ ନାଏକ ପୁଲିସକୁ ଧକ୍କା ଦେଇ ଫେରାର ହୋଇଯାଇ ଥିଲା। ସୁକାନ୍ତର ଘର ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅର୍ନ୍ତଗତ କୁହୁଡ଼ି ଗାଁର ବୋଲି ଜଣାଯାଇଛି। ସେ ଦୁଇ ବର୍ଷ ହେବ ଜେଲରେ ଥିବାବେଳେ ତା’ର ବିଚାର ଚାଲିଛି। ଶନିବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ଥିବାବେଳେ ଭୁବନେଶ୍ୱର ଝାରପଡ଼ା ଜେଲରୁ ତାକୁ ଅଣାଯାଇ ଅଦାଲତରେ ହାଜର କରାଯାଇଥିଲା। ସେ ଅପରାହ୍ଣ ପ୍ରାୟ ୪ଟାରେ ପୁଲିସକୁ ଧକ୍କା ଦେଇ ଅଦାଲତରୁ ଚମ୍ପଟ ମାରିଥିଲା। ସେ ଉପର ମହଲାର ଶିଢି ଦେଇ ପାଚେରି ଡେଇଁ ଚମ୍ପଟ ମାରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେ ଏକ ହ୍ୟାପ ପ୍ୟାଣ୍ଟ ଓ ହାପ ସାର୍ଟ ପିନ୍ଧିଥିଲା। ଫେରାର୍ ସୁକାନ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଜିଲା ପୁଲିସ ସହ ଭୁବନେଶ୍ୱର ପୁଲିସ ଉଦ୍ୟମ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories