www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷା,ସ୍ୱାସ୍ଥ୍ୟ, କୃଷି, ମନରେଗା, ଜଳସେଚନକୁ ନେଇ ବୈଠକରେ ଉଦବେଗ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମେ ବ୍ଲକ ଚେୟାରମ୍ୟାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପୂର୍ବ ବୈଠକର ବିବରଣି ପଠନ ଓ ଅନୁମୋଦନ ବିଷୟରେ ଆଲୋଚନା କରାନଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାସହିତ ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନକୃଷି, ପରିମଳ, ଜଳ ବିଭାଜିକା, ଖାଦ୍ୟ ନିରାପତା ଭଳି ସବୁ ବିଭାଗ ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା । ଶିକ୍ଷା ଉପରେ ଆଲୋଚନା ସମୟରେ ରାଉତପଡା ପ୍ରାଥମିକ ସ୍କୁଲରେ ଗତ ୮ତାରିଖରୁ ପିଲା ସ୍କୁଲକୁ ଆସୁନଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହାର ତୁରନ୍ତ ସମାଧାନ ଦିଗରେ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
କୃଷି ଉପରେ ଆଲୋଚନା ସମୟରେ ବିଭିନ୍ନ ସରକାରୀ ଯୋଜନା ସାଙ୍ଗକୁ କାଳିଆ-ପି.ଏମ କିଷାନ ଯୋଜନା ହିତାଧିକାରୀଙ୍କ ନାମ ପଞ୍ଜିକରଣକୁ ନେଇ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ କଥା ଆଲୋଚନା ସମୟରେ ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ବ୍ଲକରେ କିଡନୀ ଏବଂ ଡାଇବେଟିସ ରୋଗୀ ସଂଖ୍ୟା ୬ହଜାର ୫ଶହରେ ପଂହଚିବା ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ମାତ୍ର ବର୍ତମାନ ଡେଙ୍ଗୁ ଜ୍ୱର ବ୍ୟାପୁଥିବାବେଳେ ସ୍ୱାସ୍ଥ୍ୟ ଏବଂ ପରିମଳ ବିଭାଗ ଏହାର ପ୍ରତିକାର ଦିଗରେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ବିଷୟରେ କୌଣସି ଆଲୋଚନା ହୋଇନଥିଲା ।
ଆଜିର ବୈଠକରେ ଚେୟାରମ୍ୟାନଙ୍କ ସହିତ ସ୍ଥାନୀୟ ବିଧାୟକ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ସୂର‌୍ୟ୍ୟନାରାୟଣ ମହାପାତ୍ର, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ୭ନମ୍ବର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ହରଭଙ୍ଗା ବି.ଡି.ଓ ଶରତ କୁମାର ସେଠୀ, ଜି.ପି.ଇ.ଓ ଜତୀନ ମିଶ୍ର, ବ୍ଲକର ସବୁ ପଂଚାୟତର ସରପଂଚ, ସମିତିସଭ୍ୟ, ଲାଇନ ବିଭାଗର କର୍ମଚାରୀ ଏବଂ ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories