www.samajalive.in
Monday, December 8, 2025
17.1 C
Bhubaneswar

ବସରେ ଯିବେ ବୋଲି ଆଗୁଆ ସ୍କୁଲ ଛୁଟି

ବାସୁଦେବପୁର: ଗ୍ରାମାଞ୍ଚଳକୁ ସହର ସହ ଯୋଡିବା ପାଇଁ ସରକାରଙ୍କ ବସ ସେବା। ମାତ୍ର ଏହି ବସ ସେବାର ଫାଇଦା ଉଠାଉଛନ୍ତି କେତେକ ଶିକ୍ଷକ ଶିକ୍ଷୟତ୍ରୀ। ସରକାରୀ ବସେଯାଗେ ଘରକୁ ଫେରିବା ପାଇଁ ଚାରିଟାରେ ବିଦ୍ୟାଳୟ ଛୁଟି କରିବା ପରିବର୍ତ୍ତେ ୩.୪୦ ଓ ୩.୫୦ ମିନିଟ ସମୟରେ ବିଦ୍ୟାଳୟ ଛୁଟି କରି ଦେଉଛନ୍ତି। ଏମିତି ଘଟଣା ବାସୁଦେବପୁର ବ୍ଲକ ଅଧିନ ନାୟକାଣିଡିହ ଓ କରଞ୍ଜଆଡିଆ ପଞ୍ଚାୟତର ବୋଲି ଜାଣିବାକୁ ମିଳିଛି। ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କରେ ଶିକ୍ଷକଶିକ୍ଷୟତ୍ରୀମାନେ ଠିକ ସମୟରେ ବିଦ୍ୟାଳୟ ପହଞ୍ଚି ପାରୁନଥିବା ସହିତ ଧାର୍ଯ୍ୟ ସରକାରୀ ସମୟ ପୁର୍ବରୁ ବିଦ୍ୟାଳୟରେ ତାଲା ପକାଇ ଘରକୁ ଫେରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଶିକ୍ଷା ବିଭାଗର ଏହା ଉପରେ ନଜର ନାହିଁ ବୋଲି ସମାଜସେବୀ କିଶୋର କୁମାର ମହାପାତ୍ର କହିଛନ୍ତି। କରଞ୍ଜଆଡିଆ ପଞ୍ଚାୟତର ଗରୁଡେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ନାୟକାଣିଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧାର୍ଯ୍ୟ ସରକାରୀ ସମୟ ପୁର୍ବରୁ ବିଦ୍ୟାଳୟ ଛୁଟି କରି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏନେଇ ବିଇଓ ଜଗବନ୍ଧୁ ସାହୁ କୁହନ୍ତି, ଏହାକୁ ଗମ୍ଭିରତାର ସହକାରେ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories