www.samajalive.in
Monday, December 8, 2025
17.1 C
Bhubaneswar

ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ: କଡା ସୁରକ୍ଷା ବ୍ୟବସ୍ଥା

ପୁରୀ : ଆଜି ଶ୍ରୀହରିଶୟନ ଏକାଦଶୀ । ଆଜି ରଥ ଉପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହେବେ ଦାରୁବ୍ରହ୍ମ। ଶ୍ରୀଜୀଉଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି। ରଥ ଉପରେ ଦାରୁବ୍ରହ୍ମଙ୍କ ସନ୍ଧ୍ୟା ଆଳତି ନୀତି ପରେ ଏକାଦଶୀ ସର୍ବାଙ୍ଗ କରାଯିବ। ଅପରାହ୍ଣ ୫ଟାରେ ଆରମ୍ଭ ହେବ ସୁନାବେଶ। ବିଭିନ୍ନପ୍ରକାର ସୁନା ଅଳଙ୍କାରରେ ମହାପ୍ରଭୁଙ୍କୁ ବେଶ କରାଯିବ। ସନ୍ଧ୍ୟା ସୁଦ୍ଧା ବେଶ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍‌ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ରଥ ସମ୍ମୁଖରେ ପହଞ୍ଚିବେ। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ସମେତ କୁଇକ୍‌ ରେସପନ୍ସ ଟିମ୍‌ ନିୟୋଜିତ କରାଯାଇଛି। ଚଳିତବର୍ଷ ଶ୍ରୀମାର୍ଗକୁ ଲୋକଙ୍କ ଯାତାୟାତ ପାଇଁ ବ୍ୟବହାର କରାଯିବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସୁନାବେଶରେ ଥାଇ ରଥ ଉପରେ ପ୍ରଭୁଙ୍କ ସନ୍ଧ୍ୟା ଧୂପ, ମହାଦୀପ ବନ୍ଦାପନା କରାଯିବ। ରାତି ୧୦ଟା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ କରାଯିବା କାର୍ଯ୍ୟକ୍ରମ ରହିଛି। ରାତିରେ ପ୍ରଭୁଙ୍କୁ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories