www.samajalive.in
Monday, December 8, 2025
20.1 C
Bhubaneswar

ରାଜା ଦୁର୍ଗାମାଧବ ଗ୍ରନ୍ଥାବଳୀ ଲୋକାର୍ପିତ

ଭବାନୀପାଟଣା: ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟରେ ଚନ୍ଦ୍ରମଣି ନାଟ୍ୟ ସଂଘ ପକ୍ଷରୁ ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ଗ୍ରନ୍ଥାବଳୀ ଲୋକାର୍ପିତ ହେଇଥିଲା। ଏଥିରେ ତାଙ୍କ ରଚିତ ଚାରୋଟି ନାଟକ, ପ୍ରବନ୍ଧ, ଗୀତି କାବ୍ୟ, ଭ୍ରମଣ କାହାଣୀ ପ୍ରଭୃତି ସ୍ଥାନିତ ହେଇଛି। ଏହି ଗ୍ରନ୍ଥାବଳୀ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅନନ୍ୟ ଉପହାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କବି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର ନାରାୟଣ ସାହୁ ମୁଖ୍ୟବକ୍ତା, କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ବିଶିଷ୍ଟ ଅତିଥି, ଗ୍ରନ୍ଥାବଳୀ ସମ୍ପାଦକ ପ୍ରଫେସର ଡ଼. ଦାଶରଥି ଆଚାର୍ଯ୍ୟ, ପ୍ରକାଶକ ତଥା ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ପୌତ୍ର ପ୍ରଫେସର ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଯୋଗ ଦେଇଥିଲେ। ରାଜା ଦୁର୍ଗାମାଧବ ଙ୍କ ଦ୍ଵାରା ୧୯୨୩ ମସିହାରେ ମଦନପୁର ରାମପୁରରେ ପ୍ରତିଷ୍ଠିତ ଚନ୍ଦ୍ରମଣି ନାଟ୍ୟ ସଂଘ ଶହେ ବର୍ଷ ପରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ନାଟ୍ୟ ସଂଘ ସଂପାଦକ ହେମନ୍ତ ସାହୁ ଉତ୍ସବରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ଏଥିରେ ବହୁ ସାହିତ୍ୟିକ, କଳାକାର, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories