www.samajalive.in
Monday, December 8, 2025
27.1 C
Bhubaneswar

ସଞ୍ଜ ନଇଁଲେ ଅଗ୍ନିଶମ ଅଧିକାରୀ ଛୁ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଠାରେ ନିକଟସ୍ଥ ପ୍ରାୟ ୧୨ଟି ପଂଚାୟତର ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହୋଇଛି। କଳାପଥର ଅଗ୍ନିଶମ କେନ୍ଦ୍ରର ଅଫିସର ସମେତ କର୍ମଚାରୀ ଅଂଚଳବାସୀଙ୍କୁ ସଠିକ ସେବା ଦେଉନଥିବା ସାଧାରଣରେ ଅଭିଯୋଗ ହୋଇ ଆସୁଛି। କଳାପଥର ଅଗ୍ନିଶମ ସେବା ଅଧିକାରୀ ଦାୟିତ୍ୱରେ ଥାଇ ପ୍ରତିଦିନ ସନ୍ଧ୍ୟା ସମୟରେ ନିକଟସ୍ଥ ବାସଗୃହକୁ ଯାଇ ରାତ୍ରୀ ଯାପନ କରି ଫେରୁଥିବା ବେଳେ ତାହା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ଦୁଇଦିନ ତଳେ ସନ୍ଧ୍ୟାରେ ୨ଟି ଜରୁରୀକାଳୀନ ଘଟଣା ଘଟିବା ପରେ ତାଙ୍କର ଦୈନିକ ସନ୍ଧ୍ୟା ସମୟ ଅନୁପସ୍ଥିତ ପଦାକୁ ଆସିଥିଲା। ଗୋଟିଏ ଘଟଣାରେ ଅନ୍ୟ କର୍ମଚାରୀ ମାନେ ସେବା ଯୋଗାଉଥିବା ସମୟରେ ଅନ୍ୟ ଏକ ଘଟଣା ବୈଦ୍ୟେଶ୍ୱର ଗ୍ରାମରେ ଏକ କୂଅରେ ଷଣ୍ଢ ପଡି ଥିବାରୁ କର୍ମଚାରୀ ମାନେ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଚାଲି ଯାଇଥିଲେ। ଏହି ଘଟଣା ପରେ ଦାୟିତ୍ୱରେ ଥିବା ଅଧିକାରୀ ପବିତ୍ର ବେହେରାଙ୍କ ସନ୍ଧ୍ୟା ସମୟରେ ଅନୁପସ୍ଥିତ ଥିବା ପଦାକୁ ଆସିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories