ସଞ୍ଜ ନଇଁଲେ ଅଗ୍ନିଶମ ଅଧିକାରୀ ଛୁ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଠାରେ ନିକଟସ୍ଥ ପ୍ରାୟ ୧୨ଟି ପଂଚାୟତର ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହୋଇଛି। କଳାପଥର ଅଗ୍ନିଶମ କେନ୍ଦ୍ରର ଅଫିସର ସମେତ କର୍ମଚାରୀ ଅଂଚଳବାସୀଙ୍କୁ ସଠିକ ସେବା ଦେଉନଥିବା ସାଧାରଣରେ ଅଭିଯୋଗ ହୋଇ ଆସୁଛି। କଳାପଥର ଅଗ୍ନିଶମ ସେବା ଅଧିକାରୀ ଦାୟିତ୍ୱରେ ଥାଇ ପ୍ରତିଦିନ ସନ୍ଧ୍ୟା ସମୟରେ ନିକଟସ୍ଥ ବାସଗୃହକୁ ଯାଇ ରାତ୍ରୀ ଯାପନ କରି ଫେରୁଥିବା ବେଳେ ତାହା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ଦୁଇଦିନ ତଳେ ସନ୍ଧ୍ୟାରେ ୨ଟି ଜରୁରୀକାଳୀନ ଘଟଣା ଘଟିବା ପରେ ତାଙ୍କର ଦୈନିକ ସନ୍ଧ୍ୟା ସମୟ ଅନୁପସ୍ଥିତ ପଦାକୁ ଆସିଥିଲା। ଗୋଟିଏ ଘଟଣାରେ ଅନ୍ୟ କର୍ମଚାରୀ ମାନେ ସେବା ଯୋଗାଉଥିବା ସମୟରେ ଅନ୍ୟ ଏକ ଘଟଣା ବୈଦ୍ୟେଶ୍ୱର ଗ୍ରାମରେ ଏକ କୂଅରେ ଷଣ୍ଢ ପଡି ଥିବାରୁ କର୍ମଚାରୀ ମାନେ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଚାଲି ଯାଇଥିଲେ। ଏହି ଘଟଣା ପରେ ଦାୟିତ୍ୱରେ ଥିବା ଅଧିକାରୀ ପବିତ୍ର ବେହେରାଙ୍କ ସନ୍ଧ୍ୟା ସମୟରେ ଅନୁପସ୍ଥିତ ଥିବା ପଦାକୁ ଆସିଥିଲା।

kalyan agarbati

Comments are closed.