www.samajalive.in
Thursday, December 11, 2025
16.1 C
Bhubaneswar

କୁମ୍ଭ ପରିକ୍ରମା

ଏଥର ସଙ୍ଗମ ନଗରୀ ପ୍ରୟାଗରାଜ (ପୂର୍ବ ନାମ ଆହ୍ଲାବାଦ)ରେ କୁମ୍ଭମେଳା ହେବାକୁ ଯାଉଛି। ଜାନୁଆରୀ ୧୫ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ବଡ ଆଧ୍ୟାତ୍ମିକ ଆୟୋଜନ ଭାବେ ଏହି ମେଳା ଚାଲିବ। ୧୨ବର୍ଷରେ ଥରେ ହେଉଥିବା କୁମ୍ଭ ମେଳାରେ ଦେଶବିଦେଶର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ଚଳିତ ଥର ମେଳାର ସ୍ବଚ୍ଛତା ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ ବୋଲି ଦାବି କରାଯାଇଛି। ମେଳା ଅଞ୍ଚଳ ୪୫ କିଲୋମିଟରକୁ ପରିବର୍ଦ୍ଧିତ କରାଯାଇଥିବା ବେଳେ ଏହାକୁ ବାହ୍ୟ ଶୌଚମୁକ୍ତ ରଖିବା ଲାଗି କେବଳ ୧ଲକ୍ଷ ୨୨ହଜାର ୫୦୦ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ହୋଇଛି। ଭିଡରୁ ଶ୍ରଦ୍ଧାଳୁଙ୍କୁ ମୁକ୍ତ ରଖିବା ଲାଗି ଜଳପଥରେ କ୍ରୁଜ୍‌ ବ୍ୟବସ୍ଥା ହେଉଛି। ଏହି ମେଳାକୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟରେ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ଦାର ଚାଲିଥିବା ବେଳେ ଚଳିତ ବର୍ଷର ପ୍ରମୁଖ ଘଟଣା-
କିନ୍ନର ଆଖଡ଼ାର ଯୋଗଦାନ: ଚଳିତ ଥର କୁମ୍ଭ ମେଳାରେ କିନ୍ନର ଆଖଡା ପ୍ରଥମ କରି ଯୋଗ ଦେଉଥିବାରୁ ଏହା ପ୍ରମୁଖ ଆକର୍ଷଣ ପାଲଟିଛି। କିନ୍ନର ଆଖଡାର ସଭ୍ୟତା ଏବଂ ସଂସ୍କୃତିକୁ ନିକଟରୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢୁଛି। ଉଜୈନର ସିଂହସ୍ଥ କୁମ୍ଭରେ ୨୦୧୬ ମସିହାରେ ସ୍ଥାପନା ପରେ କିନ୍ନର ଆଖଡା ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭରେ ସାମିଲ ହେଉଛି। ଆଖଡା ପକ୍ଷରୁ ସେଠାରେ ‘କିନ୍ନର କଳା ଗ୍ରାମ’ ପ୍ରତିଷ୍ଠା କରାଯିବ। ଏଠାରେ ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା କିନ୍ନରମାନଙ୍କ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ ବୋଲି ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀନାରାୟଣ ତ୍ରିପାଠୀ କହିଛନ୍ତି।
ତ୍ରିବେଣୀରେ ସରସ୍ବତୀ ସ୍ନାନ: ଚଳିତ କୁମ୍ଭ ମେଳାରେ ପ୍ରକୃତ ତ୍ରିବେଣୀ ସ୍ନାନ କରିପାରିବେ। ଗଙ୍ଗା ଏବଂ ଯମୁନା ସହିତ ଲୁପ୍ତ ହୋଇଯାଇଥିବା ସରସ୍ବତୀ ନଦୀକୁ ଏହି ସ୍ନାନରେ ସମ୍ମିଳିତ କରିବାର ପ୍ରୟାସ କରାଯାଉଛି। ଏଥିପାଇଁ ପ୍ରୟାଗ କିଲାର ଦ୍ବାର ଖୋଲାଯିବ। ସେଠାରେ ସରସ୍ବତୀ ନଦୀ ରହିଥିବାର କୁହାଯାଉଛି। ଫଳରେ ପ୍ରଥମ ଥର ପାଇଁ ଶ୍ରଦ୍ଧାଳୁମାନେ ବୁଡ ପକାଇବା ବେଳେ ଗଙ୍ଗା ଏବଂ ଯମୁନା ସଙ୍ଗମ ସହ ସରସ୍ବତୀ ନଦୀକୁ ବି ଅନୁଭବ କରିପାରିବେ।
ସାଧୁସନ୍ଥଙ୍କ ଚାଟ୍‌ ପାର୍ଟି: କୁମ୍ଭମେଳାକୁ ଆସୁଥିବା ସାଧୁସନ୍ଥମାନଙ୍କର ବିଭିନ୍ନ ଭାବ ଦେଖିବାକୁ ମିଳିଥାଏ। ଏଥର ମଧ୍ୟ କୁମ୍ଭ ମେଳାକୁ ସାଧୁସନ୍ଥମାନେ ଆସିଲେଣି। ତେବେ ପ୍ରୟାଗରାଜର ବାଘମ୍ବରୀ ମଠରେ ଏକ ଭିନ୍ନ ଦୃଶ୍ୟ ଦେଖାଯାଇଥିଲା। ଏହି ମଠ​‌େ​‌ର ମେଳାକୁ ଆସିଥିବା ସନ୍ଥମାନଙ୍କ ଲାଗି ଚାଟ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ସାଧୁସନ୍ଥମାନେ ଗୁପ୍‌ଚୁପ, ଦହିବରା, ପକୁଡି ଆଦି ଖାଦ୍ୟ ଉପଭୋଗ କରିଥିଲେ। ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଏହି ଆୟୋଜନ କରିଥିଲେ। ଏହା ପୂର୍ବରୁ ୨୦୧୩ ମସିହାରେ ବି ଏପରି ଚାଟ୍‌ ପାର୍ଟି କରିଥିଲେ ମହନ୍ତ ନରେନ୍ଦ୍ର ଗିରି। ତେଣୁ ଏଥର କୁମ୍ଭକୁ ଆସୁଥିବା ସନ୍ଥମାନେ ଏଭଳି ଏକ ଉତ୍ସବ ଆଉଥରେ କରିବା ଲାଗି ମହନ୍ତଙ୍କୁ ଅନୁରୋଧ କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories