www.samajalive.in
Monday, December 8, 2025
27.1 C
Bhubaneswar

ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନର କଡ଼ା ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ଯୋଗଦେବ ନାହିଁ ବୋଲି ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ କଡ଼ା ଚେତାବନୀ ଦେଇଛି। ଯଦି ଭାରତୀୟ ଟିମ୍‌ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବ ନାହିଁ ତାହେଲେ ଆଗାମୀ ୨୦୨୬ରେ ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବାକୁ ଥିବା ଟି-୨୦ ବିଶ୍ଵକପରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି କହିଛି।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନରେ ଆୟୋଜନ ହେବା ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଜୋର୍‌ ଦେଇଛି। ଆସନ୍ତା ୧୯ରୁ ୨୨ ଜୁଲାଇରେ ଶ୍ରୀଲଙ୍କାର କଲୋମ୍ବୋରେ ହେବାକୁ ଥିବା ଆଇସିସିର ବାର୍ଷିକ ସମ୍ମିଳନୀରେ ଯେକୌଣସି ପ୍ରକାର ହାଇବ୍ରିଡ ମଡେଲ(ଅନ୍ୟତ୍ର ମ୍ୟାଚ ଆୟୋଜନ ଯୋଜନା) ପ୍ରସ୍ତାବକୁ ପିସିବି ବିରୋଧ କରିବ ବୋଲି କହିଛି। ଆସନ୍ତା ବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଭାରତୀୟ ଟିମ ପାକିସ୍ତାନ ଯାତ୍ରା କରିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହାର ଜବାବରେ ଉପରୋକ୍ତ ଚେତାବନୀ ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories